ପୁଣି ଆସିଲା ଆଉ ଏକ ଭିଡିଓ: ଅଜଣା ଅଭିନେତ୍ରୀଙ୍କୁ କଲେ ଟାର୍ଗେଟ

କଟକ: ଜୁନ ୦୨: ଅନୁଭବଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ପତ୍ନୀ ବର୍ଷାଙ୍କୁ ଛାଡି ସେ ଏଥର ଓଡ଼ିଆ ଅଭିନେତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି । ନାଁ ନନେଇ ପରୋକ୍ଷରେ ଖୁବ ଗାଳି କରିଛନ୍ତି । ସେ କହିଛନ୍ତି ଦୟାକରି ମୋତେ ବଦନାମ କରିବା ବନ୍ଦ କର । ମୋ ନାଁରେ ଅଭିନେତ୍ରୀ ଜଣଙ୍କ ଅପପ୍ରଚାର କରିଛନ୍ତି । ଅଭିନେତ୍ରୀ ଜଣଙ୍କ ଦୁଇ ବର୍ଷ ତଳେ ଗଣମାଧ୍ୟମ ସାମ୍ନାରେ ମୋ ଚରିତ୍ର ସଂହାର କରିଥିଲେ । […]

Samaya Live Picture
Published On

କଟକ: ଜୁନ ୦୨: ଅନୁଭବଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ପତ୍ନୀ ବର୍ଷାଙ୍କୁ ଛାଡି ସେ ଏଥର ଓଡ଼ିଆ ଅଭିନେତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି । ନାଁ ନନେଇ ପରୋକ୍ଷରେ ଖୁବ ଗାଳି କରିଛନ୍ତି । ସେ କହିଛନ୍ତି ଦୟାକରି ମୋତେ ବଦନାମ କରିବା ବନ୍ଦ କର । ମୋ ନାଁରେ ଅଭିନେତ୍ରୀ ଜଣଙ୍କ ଅପପ୍ରଚାର କରିଛନ୍ତି । ଅଭିନେତ୍ରୀ ଜଣଙ୍କ ଦୁଇ ବର୍ଷ ତଳେ ଗଣମାଧ୍ୟମ ସାମ୍ନାରେ ମୋ ଚରିତ୍ର ସଂହାର କରିଥିଲେ । କହିଥିଲେ ଯେ, ଅନୁଭବ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି । ତାଙ୍କ ମନ୍ତବ୍ୟକୁ ନେଇ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ଦୁଇ ବର୍ଷ ପରେ ଅନୁଭବ ଏହି କଥାର ଖୁଲାସା କରିଛନ୍ତି । ସେ କହିଛନ୍ତି ଅଭିନେତ୍ରୀ ଜଣଙ୍କ ଯାହା କହିଥିଲେ ସେ ସବୁ ମିଛ । କଥା ପ୍ରମାଣ କରିବାକୁ ଅନ୍ୟ ଜଣେ ବନ୍ଧୁଙ୍କ ସାହାଯ୍ୟ ନେଇଛନ୍ତି । ଭିଡିଓରେ ଅନୁଭବଙ୍କ ସହ ଜଣେ ବ୍ୟକ୍ତି ମଧ୍ୟ ସେ ଅଭିନେତ୍ରୀଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ତେବେ ଏ ଅଭିନେତ୍ରୀ ଜଣକ କିଏ ସେ ନେଇ କୌଣସି ସ୍ପଷ୍ଟ କରି ନାହାନ୍ତି ଅନୁଭବ ।