ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଅନୁ ଗର୍ଗ

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଅନୁ ଗର୍ଗ
Samaya Live News Picture
Published On

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇଏଏସ ଅଧିକାରୀ ଅନୁ ଗର୍ଗ । ନୂଆବର୍ଷରୁ କାର୍ଯ୍ୟ ଆରମ୍ଭ କରିବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି I ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପହଁଚିବା ପରେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ,ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଏସପି ପ୍ରତୀକ ସିଂ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଵାଗତ କରାଯାଇଥିଲା । 

ନୂଆବର୍ଷର ଅଭିନନ୍ଦନ ଜଣାଇବା ଅବସରରେ ମୁଖ୍ୟଶାସନ ସଚିବ କହିଛନ୍ତି ଦାୟିତ୍ଵ ଗ୍ରହଣ ପରେ ପ୍ରଥମେ ପୁରୀ ଯାଇଥିଲି। ନିଜ ପାଇଁ ଓ ରାଜ୍ୟ ପାଇଁ ଜଗନ୍ନାଥଙ୍କ ଆଶୀର୍ବାଦ ନେଲି। ଆମେ ସମସ୍ତେ ମିଶି ନୂଆବର୍ଷରେ ବହୁତ କିଛି ନୂଆ କରିବା। ବିଦାୟୀ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରି ଅନୁଗର୍ଗ ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବରେ ଇତିହାସ ରଚିଛନ୍ତି   । 

 ୧୯୯୧ବ୍ୟାଚର ଆଇଏଏସ ଅଧିକାରୀ ଅନୁ ଗର୍ଗ କହିଛନ୍ତି ୨୦୩୬ ଭିଜନକୁ ନେଇ କାର୍ଯ୍ୟ କରାଯିବ। ଦେଶ ଓ ରାଜ୍ୟର ଭିଜନ ପୂରଣ ପାଇଁ ଚେଷ୍ଟା କରିବି । ଏଥିରେ ସମସ୍ତଙ୍କ ସହଯୋଗ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି । ସ୍ୱପ୍ନର ଓଡ଼ିଶା ଗଠନ ପାଇଁ ନୂଆ ଦାୟିତ୍ଵକୁ ନେଇ ସେ ଓଡ଼ିଶା ବାସୀଙ୍କୁ ସେବା ଯୋଗାଇବେ ବୋଲି କହିଛନ୍ତି ।

Tags: