ଆଉଜଣେ ଟ୍ରେନିଂ ଆଇପିଏସ ଙ୍କ ଇସ୍ତଫା !

ଆଉଜଣେ ଟ୍ରେନିଂ ଆଇପିଏସ ଙ୍କ ଇସ୍ତଫା !
Samaya Live News Picture
Published On

ଭୁବନେଶ୍ୱର : ଚାକିରୀ ଛାଡିଲେ ପୁଣି ଜଣେ ଆଇପିଏସ ଅଫିସର । ଟ୍ରେନିଂ ଆଇପିଏସ ଅଫିସର ଚଉଧର ଅଭିଜିତ ରାମଦାସଙ୍କ ଚାକିରିରୁ ଇସ୍ତଫା । ୩୩ ବର୍ଷୀୟ ସି .ଏ ରାମଦାସ ୨୦୨୫ବ୍ୟାଚ ର ଓଡିଶା କ୍ୟାଡରର ପୋଲିସ ଅଧିକାରୀ । ବ୍ୟକ୍ତିଗତ କାରଣ ପାଇଁ ଚାକିରୀ ଛାଡୁଥିବା କହିଛନ୍ତି । କିଛିଦିନ ପୂର୍ବରୁ ରାଜଧାନୀ ଭୁବନେଶ୍ୱରର ଡିସିପି ଯୁବ ଆଇପିଏସ ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର (VRS) ଚର୍ଚ୍ଚା ଥମି ନଥିବା ବେଳେ, ପୁଣି ଜଣେ ଆଇପିଏସ୍ ଅଫିସର ଙ୍କ ଚାକିରୀ ଛାଡିବାକୁ ନେଇ ଚର୍ଚ୍ଚା ଲାଗି ରହିଛି ।  ପ୍ରଶାସନିକ ସେବାରେ ବିଧିବଦ୍ଧ ଭାବେ ଯୋଗ ନଦେଉଣୁ ଟ୍ରେନିଂ ଅଧାରୁ ଏଭଳି ସମ୍ମାନଜନକ ପଦବୀରୁ ମୁହଁ ଫେରାଇ ନେବା ଘଟଣା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନାନୁସାରେ, ଆଇପିଏସ୍ ଚଉଧର ଅଭିଜିତ ରାମଦାସ। ତାଙ୍କର ମୂଳ ଘର ମହାରାଷ୍ଟ୍ରରେ ହୋଇଥିବା ବେଳେ, ୟୁପିଏସସିରେ କୃତକାର୍ଯ୍ୟ ହେବା ପରେ ତାଙ୍କୁ ଓଡ଼ିଶା କ୍ୟାଡର ମିଳିଥିଲା। ବର୍ତ୍ତମାନ ସେ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀରେ ନିଜର ଟ୍ରେନିଂ ନେଉଥିଲେ।

ତେବେ ଟ୍ରେନିଂ ଅଧାରେ ଥିବା ବେଳେ ସେ ହଠାତ୍ ନିଜର ଇସ୍ତଫାପତ୍ର ଏନପିଏର ଡିଜିଙ୍କ ନିକଟରେ ପ୍ରଦାନ କରିଛନ୍ତି। ମାତ୍ର ୩୩ ବର୍ଷ ବୟସରେ କଠିନ ପରିଶ୍ରମ କରି ଏଭଳି ଏକ ସମ୍ମାନଜନକ ପଦବୀ ହାସଲ କରିବା ଏବଂ ପ୍ରଶାସନିକ ସେବାରେ ବିଧିବଦ୍ଧ ଭାବେ ଯୋଗ ନଦେଉଣୁ ଚାକିରିରୁ ମୁହଁ ଫେରାଇ ନେବା ଘଟଣା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତାଙ୍କର ଏହି ହଠାତ୍ ନିଷ୍ପତ୍ତି କୁ ବ୍ୟକ୍ତିଗତ କାରଣ ଦର୍ଶାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ ।

 

Tags: