ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ଥର,୧ ଗୁରୁତର

ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ଥର,୧ ଗୁରୁତର

ଭୁବନେଶ୍ୱର :  ୨୪ ଘଣ୍ଟା ନପୂରୁଣୁ ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଲା ଥର । ଭେନ୍ୟୁ କାରକୁ ଧକ୍କା ଦେଇ ପଡିଆ ଭିତରକୁ ଓଲଟିଲା ଥର । ରଜଧାନୀ ଉପକଣ୍ଠ ଚନ୍ଦକା ଅଂଚଳରେ ଏହି ଦୁର୍ଘଟଣା ଘଟିଛି । ଦୁଇଟି ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି I ଆହତଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଇଟି କାରକୁ ଜବତ କରିଛି । 
ସୂଚନାନୁସାରେ,ଗତକାଲି ରାତିରେ କ୍ୟାପିଟାଲ ହସ୍ପିଟାଲ ଛକରେ ଜଣେ ବାଇକ ଚାଳକକଙ୍କୁ ଦ୍ରୁତ ବେଗରେ ଆସି ଧକ୍କା ଦେଇଥିଲା ଥର୍ । ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଏଜି ଛକରୁ ଏୟାରପୋର୍ଟ ଆଡ଼କୁ ଯିବା ବେଳେ ଦୁର୍ଘଟଣା ଘଟିଥିଲା । ଏକ ବୁଲେଟରେ ତିନି ଜଣ ଯାଉଥିବା ଯୁବକଙ୍କୁ ଧକ୍କା ଦେବାରୁ ଡିଭାଇଡର ରେ ପିଟିହୋଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦୁର୍ଘଟଣାସ୍ଥଳରୁ ଥର୍ ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି I 

ସମ୍ବନ୍ଧିତ ଖବର ବୋହୂକୁ ପୋଡି ମାରିବା ଉଦ୍ୟମ,ଜଳିଗଲା ଘର ବର୍ତ୍ତୀ ଗଲେ ବୋହୂ

 

ସମ୍ବନ୍ଧିତ ଖବର ବେଆଇନ ଖଣି ଖନନ ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ

Tags: