ଆଜାଦନଗର ବୋମା ବିସ୍ଫୋରଣ ଘଟଣାରେ ଆଉ ଜଣେ ଗିରଫ
ଭୁବନେଶ୍ବର : ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ଘଟଣାରେ ଏନଆଇଏ ଟିମ୍ ତଦନ୍ତ ଜାରି ରଖିଛି । ଘଟଣାରେ ଆଉ ଜଣେ ଗିରଫ ହୋଇଛି । ୭ ମାସ ପରେ ଉତ୍ତରପ୍ରଦେଶରୁ ଅଭିଯୁକ୍ତ ରୋହନ ରଞ୍ଜନ ରାଉତରାୟଙ୍କୁ ଗିରଫ କରିଛି NIA ଟିମ୍ । ରୋହନ ରଞ୍ଜନଙ୍କ ଘର ଭୁବନେଶ୍ୱର ପଟିଆ ଅଞ୍ଚଳରେ ବୋଲି ସୂଚନା ମିଳିଛି । ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ବୋମା ପାଇଁ ପ୍ରସ୍ତୁତ ବିସ୍ଫୋରକ ସପ୍ଲାଏ ପଛରେ ହାତ ଥିବା ସନ୍ଦେହ କରି ଉଠାଇ ଆଣି ଜେରା କରୁଛି ଟିମ୍ ।
୨୦୨୬ ଜାନୁଆରୀ ୨୭ ତାରିଖରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଆଜାଦ ନଗରର ଏକ ଭଡ଼ାଘର ଛାତ ଉପରେ ଘଟିଥିଲା ଭୟଙ୍କର ବିସ୍ଫୋରଣ ଘଟିଥିଲା । ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫି ଓ ତା' ମାଆଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରୁ ଗନପାଉଡର ଏବଂ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଏପ୍ରିଲ ୬ରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏହି ମାମଲାର ତଦନ୍ତ କରୁଛି ।
Tags:




