ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ପୁଣି ଥରେ ସୁଯୋଗ

ଆଜିଠାରୁ ୧୪ ଯାଏଁ ନାମଲେଖା

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ପୁଣି ଥରେ ସୁଯୋଗ

ଭୁବନେଶ୍ବର : ପୁଣି ଥରେ ନାମ ଲେଖାଇ ପାରିବେ +୨ ପିଲା । କୌଣସି କାରଣରୁ ନାମଲେଖାରୁ ବଂଚିତ ଥିବା ପିଲାମାନଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ ଜାରି ରହିଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ଯୁକ୍ତଦୁଇ ଚତୁର୍ଥ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ସୂଚନା ଅନୁଯାୟୀ, ୨୦୨୫-୨୬ ଶିକ୍ଷାବର୍ଷର ଚତୁର୍ଥ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେବ। ଆଜି ଅପରାହ୍ଣ ୩ଟାରେ ସାମ୍ସ ୱେବ୍‌ସାଇଟ୍‌ରେ ଆବେଦନ କରାଯିବ।

ସମ୍ବନ୍ଧିତ ଖବର ହସ୍ପିଟାଲରେ ଆଖି ବୁଜିଲେ ଆତ୍ମାହୁତି ପୀଡିତା

୧୪ ତାରିଖ ଯାଏଁ ଆବେଦନ କରିହେବ। ୧୭ରେ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ୧୮ରୁ ୧୯ ତାରିଖ ମଧ୍ୟରେ ନାମ ଲେଖାଇବେ। ୨୦ରୁ ୨୨ ମଧ୍ୟରେ ୱେଟିଂ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ପଞ୍ଜୀକରଣ କରିବେ। ୨୨ରେ ୱେଟିଂ ଲିଷ୍ଟରେ ଥିବା ପିଲାଙ୍କ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ୨୩ରୁ ୨୪ ତାରିଖ ମଧ୍ୟରେ ନାମ ଲେଖାଇବେ।

ସମ୍ବନ୍ଧିତ ଖବର ରାଜ୍ୟରେ ସମସ୍ତ କ୍ଲବ,ପବ୍‌ରେ କଡାକଡି ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ଅନ୍ୟପଟେ,ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ ଥିବା କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ୨୩ ତାରିଖରେ ଅନୁଷ୍ଠିତ ହେବ। ସେହିପରି ମାର୍ଚ୍ଚ ୨୧ରେ ହେବାକୁ ଥିବା କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ୨୫ ତାରିଖରେ ହେବ। ତେବେ ପୂର୍ବରୁ ପ୍ରକାଶିତ ଅବଶିଷ୍ଟ ପରୀକ୍ଷା ସୂଚୀ ଅପରିବର୍ତ୍ତିତ ରହିଛି। ପରୀକ୍ଷା ସୂଚୀରେ ଏହି ପରିବର୍ତ୍ତନ ହେବା ପରେ ଯୁକ୍ତ୨ ପରୀକ୍ଷା ମାର୍ଚ୍ଚ ୨୫ରେ ସରିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ଜାନୁଆରୀ ୨ରୁ ଯୁକ୍ତ୨ ପ୍ରାକ୍ଟିକାଲ ଆରମ୍ଭ ହୋଇ ୧୫ ତାରିଖ ଯାଏ ଚାଲିବ। ସେହିପରି ଫେବୃଆରୀ ୧୮ରୁ ଯୁକ୍ତ୨ ଥିଓରି ପରୀକ୍ଷା ଆରମ୍ଭ ହେବ।

ସମ୍ବନ୍ଧିତ ଖବର ମନ୍ତ୍ରୀ,ବିଧାୟକଙ୍କ ଦରମା ବୃଦ୍ଧି ହେବ !

Tags: