ଓରାଙ୍ଗଉଟାନ ଉଦ୍ଧାର ମାମଲାରେ ମିଳିଲା ଆଉ ଏକ ସିସିଟିଭି ଫୁଟେଜ !

ଓରାଙ୍ଗଉଟାନ ଉଦ୍ଧାର ମାମଲାରେ ମିଳିଲା ଆଉ ଏକ ସିସିଟିଭି ଫୁଟେଜ  !
Samaya Live News Picture
Published On

ଭୁବନେଶ୍ୱର : ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ମିଳିଲା ଆଉ ଏକ ସିସିଟିଭି ଫୁଟେଜ । କଳା ରଙ୍ଗର ଥର କୁ ନେଇ ସନ୍ଦେହ ବଢୁଥିବା ବେଳେ ଦିଘା ହୋଟେଲ ସାମ୍ନାରେ ଲାଗିଥିବା ସିସିଟିଭି ରେ ପୁଣି ଏକ କାର ଦେଖା ଯାଇଛି । ଉକ୍ତ କାର  ଭିତରୁ କିଛି ବାକ୍ସ ଆଣି ଏହି କଳା ରଙ୍ଗ ଗାଡ଼ିରେ ଲଦା ଯାଉଥିବା ଦେଖାଯାଇଛି । ଭିଡିଓରେ ଦୁଇଟି କାର୍‌ ଆଗ ପଛ ହୋଇ ହୋଟେଲ ସାମ୍ନାରେ ଛିଡା ହୋଇଥିବାର ଦେଖିବାକୁ ମିଳିଛି । ହୋଟେଲ ସାମ୍ନାରେ ଗାଡି ରଖି କିଛି ଡିଲ ହେଉଥିବାର ସନ୍ଦେହ କରାଯାଉଛି । ଏପରିକି ଗାଡି ଭିତରୁ କିଛି ଲୋକ ବାହାରି ପରସ୍ପର ସହ କଥା ହେଉଥିବାର ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ସସ୍ପେନ୍ସ ଲାଗି ରହିଥିବାବେଳେ ହୋଟେଲ ମାଲିକ ବାପ-ପୁଅ ଫେରାର ହୋଇଯାଇଛନ୍ତି। ସେପଟେ ଦିନ ଦିଘାରେ ଥିବା ଉକ୍ତ ହୋଟେଲ ମ୍ୟାନେଜରଙ୍କ ସହିତ ୩ ଜଣଙ୍କୁ ଉଠାଇ ଆଣିଛି ଏସଟିଏଫ  ।

ପଶ୍ଚିମବଙ୍ଗ ଦୀଘାର ସଂପୃକ୍ତ ହୋଟେଲ ମାଲିକଙ୍କ ଘର ପଶ୍ଚିମବଙ୍ଗ ହାୱଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ଘଟଣାରେ ହୋଟେଲଙ୍କ ମାଲିକ ଓ ତାଙ୍କ ପୁଅ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ।  

ଭୋଗରାଇର ବିଚିତ୍ରପୁର ବଡ଼ପାହି ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକଙ୍କୁ ଉଦ୍ଧାର ପୂର୍ବ ରାତି ପ୍ରାୟ ୧୦ଟା ୫୬ ମିନିଟ୍‌ ସମୟରେ ଏକ କଳା ରଙ୍ଗର ଥାର୍ ସେହି ରାସ୍ତାରେ ଯାଇଥିଲା । ପୁଣି ୧୫ ମିନିଟ ପରେ ଜଙ୍ଗଲରୁ ଫେରିଥିଲା । ଏବେ ତଦନ୍ତକାରୀଙ୍କ ହାତରେ ଲାଗିଛି ଦୀଘାର ଆଉ ଏକ ସିସିଟିଭି ଫୁଟେଜ୍‌ । ଫୁଟେଜ୍‌ରେ ରାତି ପ୍ରାୟ ୧୧ଟା ୩୫ ମିନିଟ୍‌ରେ ସମାନ ଧରଣର କଳା ଥାର ଯାଉଥିବା ଦେଖାଯାଇଥିଲା । ତେବେ ଏହା ଗୋଟିଏ ଗାଡି ନା ଦୁଇଟି ଏନେଇ ଅଧିକ ଖୋଳତାଡ଼ କରୁଛି ଏସଟିଏଫ । ଦୁଇଟି ଫୁଟେଜ୍‌ ମଧ୍ୟରେ ପ୍ରାୟ ୩୯ ମିନିଟ୍‌ର ବ୍ୟବଧାନ । ଦୀଘାରୁ ବିଚିତ୍ରପୁର ମଧ୍ୟରେ ଏହି ସମୟରେ ଗାଡ଼ିଟି କେଉଁ ରାସ୍ତା ଦେଇ ଯାଇଥିଲା, ମଝିରେ କେଉଁଠି ରହିଥିଲା କି ନାହିଁ, ତାହା ଏବେ ତଦନ୍ତର ଗୁରୁତ୍ୱପୂର୍ଣ୍ଣ ଦିଗ । ବ୍ଲାକ ଥାର ଗାଡ଼ିଟି ହୋଟେଲ ମାଲିକଙ୍କର ବୋଲି କୁହାଯାଉଛି । ଦୀଘାର ଏବଂ ତାର ଆଖ ପାଖ ଅଞ୍ଚଳରେ ଥିବା ହୋଟେଲରେ ୧୦୦ରୁ ଅଧିକ ସିସିଟିଭି କ୍ୟାମେରାର ଫୁଟେଜ୍‌ ଯାଞ୍ଚ କରି ତଦନ୍ତ କାରୀମାନେ ଅନେକ ସନ୍ଦିଗ୍ଧ ଗତିବିଧି ସମ୍ପର୍କରେ ତଥ୍ୟ ହାସଲ କରିଥିବା ସୂଚନା ମିଳିଛି ।

ଏଭିତରେ ବିଚିତ୍ରପୁର ବଡ଼ପାହି ଜଙ୍ଗଲରୁ ୫ ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳରେ ଜାଲ ଲଗାଯାଇ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି । ଘଟଣାସ୍ଥଳରେ ବନବିଭାଗ ପକ୍ଷରୁ କ୍ଯାମ୍ପ କରାଯାଇଛି। ବନକର୍ମଚାରୀ ମାନେ ଦିନ ରାତି ଜଗି ରହିଛନ୍ତି ।

Tags: