ତ୍ରୈବାର୍ଷିକ ନୂଆ ଅବକାରୀ ନୀତି ଘୋଷଣା

ମଦ ଏକ କ୍ଷତିକାରକ ପଦାର୍ଥ , ବଡ଼ଦାଣ୍ଡ ପାଖରେ କୌଣସି ମଦ ଦୋକାନ ଚାଲୁ ହେବ ନାହିଁ

ତ୍ରୈବାର୍ଷିକ ନୂଆ ଅବକାରୀ ନୀତି ଘୋଷଣା
Samaya Live News Picture
Published On

ଭୁବନେଶ୍ୱର : ତ୍ରୈବାର୍ଷିକ ନୂଆ ଅବକାରୀ ନୀତି ୨୦୨୬-୨୯ ଘୋଷଣା କଲେ ରାଜ୍ୟ ସରକାର । ୧ ଏପ୍ରିଲ ୨୦୨୬ ରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ନୀତି ଘୋଷଣା ଘୋଷଣା କରାଯାଇଛି । ନୂଆ ଅବକାରୀ ନୀତିରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ବୀକାର କରାଯାଇଛି । ନୂଆ ନୀତି ଅନୁଯାୟୀ ରାଜ୍ୟରେ ନୂଆ OFF କିମ୍ବା OS ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ ବୋଲି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । 

ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବୃଦ୍ଧି ହେବ। ଲାଇସେନ୍ସ ଶୁଳ୍କ ପ୍ରତିବର୍ଷ ୧୦ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ। IMFL ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ବୃଦ୍ଧି ହୋଇଛି। ରାଜ୍ୟରେ ନୂତନ OFF,CL ଦୋକାନ ଖୋଲିବାକୁ ଅନୁମତି ମିଳିବନି। ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ମିଳିବନି । କେବଳ ଶିଳ୍ପାଞ୍ଚଳର ୩-ତାରକା ଓ ତାହା ଠାରୁ ଉପର ହୋଟେଲ୍ ଓ କ୍ଲବ୍ ପାଇଁ ଛାଡ଼ ରହିବ ଶୁଳ୍କ । ସେହିପରି ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ମଦ ଦୋକାନ ଚାଲୁ ହେବ ନାହିଁ । ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ ସିସି ଟିଭି ନିରୀକ୍ଷଣରେ ରହିବା ନେଇ ସୂଚନା ରହିଛି। 

 ଏହା ସହିତ ଘରକୁ ମଦ ପହ ଞ୍ଚାଇବାକୁ ମଧ୍ଯ ଅନୁମତି ଦିଆଯିବ ନାହିଁ । ନୂଆ ନୀତି ଅଧୀନରେ ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ ଲାଗିବ । ସେସ୍ ରୁ ଆସୁଥିବା ଆୟ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ କରାଯିବ । ବିଭିନ୍ନ ଅବକାରୀ ଲାଇସେକ୍ସ ପାଇଁ ଆବେଦନ ଶୁଳ୍କ ୧୦% ବଢ଼ାଯିବ । ପୂର୍ବରୁ ଲାଇସେନ୍ସଧାରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ପରିମାଣର ମଦ ବିକ୍ରୟ ପାଇଁ ନିୟମ ରହୁଥିଲା । ଏବେ ଏହା ବଦଳରେ ଏକ ନିର୍ଦ୍ଦିଷ୍ଟ ପରିମାଣର ରାଜସ୍ବ ଦେବାକୁ ନିୟମ ପ୍ରବର୍ତ୍ତନ ହୋଇଛି । ଏହା ଦ୍ବାରା ସରକାରୀ ରାଜସ୍ୱ ସୁରକ୍ଷିତ ହେବ । ବ୍ୟବସାୟୀମାନଙ୍କୁ କେବଳ ପରିମାଣ ଲକ୍ଷ୍ୟ ପୂରଣ ପାଇଁ ବିକ୍ରି ବଢ଼ାଇବାର ଚାପ ହ୍ରାସ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି  ।

 

Tags: