ଏଏନଏମ ପ୍ରଶ୍ନ ପତ୍ର ପ୍ରଘଟ ,ପରୀକ୍ଷା ବାତିଲ

ଏଏନଏମ ପ୍ରଶ୍ନ ପତ୍ର ପ୍ରଘଟ ,ପରୀକ୍ଷା ବାତିଲ

ମାଲକାନଗିରି: ପୁଣି ପରୀକ୍ଷା ପ୍ରଶ୍ନ ପତ୍ର ପ୍ରଘଟ । ପରୀକ୍ଷା ୩ ଘଣ୍ଟା ପୂର୍ବରୁ ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବାରୁ ପରୀକ୍ଷାକୁ ବାତିଲ କରାଯାଇଛି । ଆଜି ଦିନ ୨ ଟା ବେଳକୁ ଏଏନଏମ ଦ୍ୱିତୀୟ ବର୍ଷ ଛାତ୍ରଙ୍କ ପରୀକ୍ଷା ହେବାକୁ ଥିବାବେଳେ ୧୧ ଟା ବେଳେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣା ପଡିଥିଲା । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି । ONMEB ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି  । 

ସମ୍ବନ୍ଧିତ ଖବର ୨୦୨୭ ଫେବ୍ରୁଆରୀ ପୂର୍ବରୁ ପଞ୍ଚାୟତ ନିର୍ବାଚନ ନେଇ ନିଷ୍ପତି ହୋଇନାହିଁ - ମନ୍ତ୍ରୀ

ଅନ୍ୟପଟେ,ଏଏନଏମ ପ୍ରଶ୍ନପତ୍ର ଲିକ୍ ନେଇ ବିଧାନସଭାରେ କଂଗ୍ରେସ ବିଧାୟକ ରାଜନ ଏକ୍କା ପ୍ରଶ୍ନ ଉଠାଇଥିଲେ । ପଏଣ୍ଟ ଅଫ୍ ଅର୍ଡରରେ ପ୍ରସଙ୍ଗ ଉଠାଇ ଥିଲେ କଂଗ୍ରେସ ବିଧାୟକ । ପରୀକ୍ଷାକୁ ବାତିଲ ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ରାଜନ ଏକ୍କା ।

ସମ୍ବନ୍ଧିତ ଖବର ବାରିପଦାରେ ଆରମ୍ଭ ହେବ ଏୟାର ଟାକ୍ସି ସେବା

 

ସମ୍ବନ୍ଧିତ ଖବର କିଶୋରୀ ଓ ମହିଳାଙ୍କୁ ମାଗଣା HPV ଟୀକା ଦେବେ କେନ୍ଦ୍ର ସରକାର

Tags: