୨୮ ରେ ରିଲିଜ୍ ହେବ ଆନିମେଟେଡ୍ ସିନେମା ‘ମହାପ୍ରଭୁ ଜଗନ୍ନାଥ’

୨୮ ରେ ରିଲିଜ୍ ହେବ ଆନିମେଟେଡ୍ ସିନେମା ‘ମହାପ୍ରଭୁ ଜଗନ୍ନାଥ’
Samaya Live News Picture
Published On

କଟକ : ଆନିମେଟେଡ୍ ସିନେମା ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି ।  ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା ‘ମହାପ୍ରଭୁ ଜଗନ୍ନାଥ’ । ତେବେ ଏହି ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ କରି ରାଜ୍ୟ ସରକାରଙ୍କ ପକ୍ଷରୁ ରୁଜୁ ମାମଲାକୁ ସୁପ୍ରିମ୍ କୋର୍ଟ ଆଜି ପୁନର୍ବାର ଖାରଜ କରି ଦେଇଛନ୍ତି । ଯାହାଫଳରେ ଏହି ସିନେମା ଆସନ୍ତା ୨୮ ତାରିଖରେ ରିଲିଜ୍ ହେବ ବୋଲି ସ୍ପଷ୍ଟ ହୋଇଯାଇଛି । 

ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ବିଭି ନାଗରତ୍ନା ଏବଂ ଜଷ୍ଟିସ୍ ଆର. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି । ଏହି ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ପ୍ରଥମେ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଶୁଣାଣି ଅବସରରେ ହାଇକୋର୍ଟ ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ରହିତାଦେଶ ଲଗାଇଥିଲେ । 

ଏହାକୁ ଚାଲେଞ୍ଜ କରି ଚଳଚ୍ଚିତ୍ର ନିର୍ମାଣକାରୀ ସଂସ୍ଥା ସୁପ୍ରିମ୍ କୋର୍ଟ ଯାଇଥିଲେ । ସେତେବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲେ ମଧ୍ୟ ସୁପ୍ରିମ୍ କୋର୍ଟ ତାହାକୁ ଅଗ୍ରାହ୍ୟ କରିବା ସହ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ଅନୁମତି ପ୍ରଦାନ କରିଥିଲେ । ଏହି ଆଦେଶର ପୁନର୍ବିଚାର ପାଇଁ ରାଜ୍ୟ ସରକାର ପୁଣିଥରେ ସୁପ୍ରିମ୍ କୋର୍ଟ ଯାଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ମହାପ୍ରଭୁ ଜଗନ୍ନାଥଙ୍କୁ ଏହି ଚଳଚ୍ଚିତ୍ରରେ କାର୍ଟୁନ ଭାବେ ପ୍ରଦର୍ଶନ କରାଯାଇଛି । ଏହାଦ୍ୱ।ରା ଜଗନ୍ନ।ଥପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଲାଗିଛି । 

Tags: