ଭିଜିଲାନ୍ସ ଜାଲରେ ଅନୁଗୋଳ ହସ୍ପିଟାଲର କନିଷ୍ଠ ସହାୟକ

ଭିଜିଲାନ୍ସ ଜାଲରେ ଅନୁଗୋଳ ହସ୍ପିଟାଲର କନିଷ୍ଠ ସହାୟକ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟର କନିଷ୍ଠ ସହାୟକ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ମାମଲାରେ ସହାୟକ ସୁବ୍ରତ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ସୁବ୍ରତଙ୍କ ସୁୁସୁଡା ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢାଉ ହୋଇଥିବା ସୂଚନା ମିଳିଛି । ଢେଙ୍କାନାଳ ବାଉଁଶପୋଖରୀ ପୈତୃକ ଘର ଓ ବଅଁରପାଳ ଶ୍ୱଶୁର ଘରେ ଚଢ଼ାଉ କରାଯାଇଛି । ସୁବ୍ରତ ପ୍ରାୟ ୨.୩୮ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ କଟକ ଭିଜିଲାନ୍ସ ଥାନାରେ ମାମଲା ହୋଇଥିଲା । କେସ ନଂ ୦୬/୨୦୨୬ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେ  ୩ମାସ ହେବ ନିଖୋଜ ହେବା ପରେ ଭିଜିଲାନ୍ସ ସୁବ୍ରତଙ୍କୁ ଗିରଫ କରିଛି । ଭିଜିଲାନ୍ସର ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ୧୪ ଜଣ ଏଏସଆଇଙ୍କ ନେତୃତ୍ୱରେ ସୁବ୍ରତଙ୍କ ମୋଟ ୫ଟି ସ୍ଥାନରେ ତଲାସି ଜାରି ରହିଛି।

ସମ୍ବନ୍ଧିତ ଖବର ୭ରୁ ୧୨ ପର୍ଯ୍ୟନ୍ତ ଜଖପୁରା ଷ୍ଟେସନରେ ରହିବ ନାହିଁ ଯାତ୍ରୀବାହୀ ଟ୍ରେନ

Tags: