ପର୍ଯ୍ୟାୟ କ୍ରମେ ଶିଶୁବାଟିକା ରେ ମିଶିବ ଅଙ୍ଗନବାଡି

୫ ଏକର ଜମିରେ ନିର୍ମାଣ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ

ପର୍ଯ୍ୟାୟ କ୍ରମେ ଶିଶୁବାଟିକା ରେ ମିଶିବ ଅଙ୍ଗନବାଡି
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟବ୍ୟାପୀ ଓଡ଼ିଆ ପକ୍ଷ ପାଳନ ଅବସରରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ବ ଆୟୋଜିତ ହୋଇଛି । ଏହି ଅବସରର ରାଜଭବନ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇ ପିଲାଙ୍କୁ ଖଡ଼ି ଛୁଆଁଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟରେ ଶିଶୁବାଟିକାରେ ପର୍ଯ୍ୟାୟ କ୍ରମେ ମିଶିବ ସମସ୍ତ ଅଙ୍ଗନବାଡ଼ି । ଶିଶୁବାଟିକାରୁ ପ୍ରାଥମିକ ଶିକ୍ଷା ଗୋଟିଏ ଛାତ ତଳେ ରହିବ । ପ୍ରାଥମିକ ଶିକ୍ଷାକୁ ଦୃଢ଼ କରିବାକୁ ପ୍ରତି ଗାଁରେ ମଡେଲ୍‌ ସ୍କୁଲ ହେବ । ୫ ଏକର ଜାଗାରେ ଗୋଦାବରୀଶ ମିଶ୍ର ପ୍ରାଥମିକ ସ୍କୁଲ ନିର୍ମାଣ ହେବ। ଏଥିପାଇଁ ୬ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ସେହିପରି ପ୍ରତି ଜିଲ୍ଲାକୁ ଜିଲ୍ଲା ଗଡିବ ଶିକ୍ଷା ସଚେତନତା ରଥ । ଏହି ରଥ ୬ ତାରିଖରୁ ୧୦ ତାରିଖ ଯାଏ ଗଡିବ । ଏହି ଉତ୍ସବକୁ ସମସ୍ତ ଜିଲ୍ଲାରେ ୬ ରୁ ୮ ଏପ୍ରିଲ ଯାଏଁ ପାଳନ କରାଯିବ । ଏହି ଉତ୍ସବରେ ଛାତ୍ରଛାତ୍ରୀ, ଅଭିଭାବକ, ନିର୍ବାଚିତ ପ୍ରତିନିଧ, ବରିଷ୍ଠ ଅଧିକାରୀ, ନାଗରିକ ସମାଜ ଭାଗ ନେବେ । 

Tags: