ତିନି ମାସ ପରେ ସ୍ୱାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର

ତିନି ମାସ ପରେ ସ୍ୱାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର : କୁତ୍ସିତ ଜାତିପ୍ରଥା ର ଘଟିଲା ଅନ୍ତ । ତିନି ମାସ ପରେ ସ୍ୱାଭାବିକ ହେଲା କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଙ୍ଗନବାଡ଼ି କେନ୍ଦ୍ର । ଜାତିପ୍ରଥା ପରମ୍ପରା ଉପରେ ପୂର୍ଣ୍ଣଛେଦ ପଡିଛି । ଦଳିତ ମହିଳାଙ୍କ ନିଯୁକ୍ତିକୁ ନେଇ ଗତ ୩ ମାସ ଧରି ବନ୍ଦ ରହିଥିବା ରାଜ ନଗର ଅଙ୍ଗନବାଡି କେନ୍ଦ୍ରରେ ଆଜି ପିଲା ପହଂଚିବା ପରେ ସ୍ୱାଭାବିକ ଭାବରେ ଚାଲିଥିଲା କେନ୍ଦ୍ର । ଆଜି ସକାଳୁ ରାଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଧ୍ରୁବ ସାହୁ ପହଞ୍ଚି ଗାଁର ମୁରବି ମାନଙ୍କ ସହ ଆଲୋଚନା କରିଥିଲେ। ତେବେ ଆଜିଠୁ ଅଙ୍ଗନବାଡି ସ୍ୱଭାବିକ ହେବ ବୋଲି ଗାଁ  ଲୋକେ କହିଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ସାହୁ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ନିଜ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ଅନୁଦାନ ରାଶି ଦେବା ପାଇଁ ଘୋଷଣା କରିବା ସହ ନଡ଼ିଆ ବାଡାଇ ଏହାର ଶିଳାନ୍ୟାସ କରିଛନ୍ତି । 

ସମ୍ବନ୍ଧିତ ଖବର ଭାରତ ବନ୍ଦ ଡାକରା ଯୋଗୁଁ ଘୁଞ୍ଚିଲା ଜିଏନଏମ ପରୀକ୍ଷା

ସୂଚନାନୁସାରେ,ଘଡିଆମାଳ ପଞ୍ଚାୟତ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଦଳିତ ସହାୟିକା ନିଯୁକ୍ତିକୁ କେନ୍ଦ୍ର କରି ଦୀର୍ଘ ୩ ମାସ ଧରିଗ୍ରାମବାସୀ ମାନେ ନିଜ ପିଲାମାନଙ୍କୁ କେନ୍ଦ୍ରକୁ ପଠାଉନଥିଲେ । ଏହି ଜାତିଭେଦ ପ୍ରଥା ଖାଲି ରାଜ୍ୟ ନୁହଁ ଜାତୀୟ ରାଜନୀତିରେ ମଧ୍ୟ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା । ଏହି ଘଟଣାକୁ ରାଜ୍ୟସଭାରେ ପ୍ରସଙ୍ଗ କରିଥିଲେ ରାଷ୍ଟ୍ରୀୟ କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ । ତେବେ ଗତ ୧୪ ତାରିଖ ଦିନ ଶିଶୁ ସୁରକ୍ଷା ଆୟୋଗଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ଅଙ୍ଗନବାଡି କେନ୍ଦ୍ରରେ ପହଂଚି ଲୋକଙ୍କୁ ବୁଝେଇବାରେ ସଫଳ ହୋଇଥିଲେ । ଏହାପରେ ଲୋକେ ପିଲାଙ୍କୁ ଅଙ୍ଗନବାଡି କେନ୍ଦ୍ରକୁ ପଠାଇବା ପାଇଁ ଶପଥ ନେଇଥିଲେ । ଆଜି ସିଡିପିଓ ଓ ରାଜନଗର ବିଧାୟକ ଘର ଘର ବୁଲି ଗ୍ରାମ ସଭା କରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ ପିଲାଙ୍କୁ କାଖେଇ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଣିଥିଲେ।

ସମ୍ବନ୍ଧିତ ଖବର ୨୦୨୭ ସୁଦ୍ଧା ପ୍ରତି ଗାଁ କୁ ଯୋଗାଇ ଦିଆଯିବ ପାଇପ ପାଣି - ମୁଖ୍ୟମନ୍ତ୍ରୀ

ସହାୟିକା ଶର୍ମିଷ୍ଠା ସେଠି ନିଜ ପ୍ରତିକ୍ରିୟାରେ କହିଛନ୍ତି ଆଜି ମୋତେ ବହୁତ ଖୁସି ଲାଗୁଛି। ଗାଁ ଲୋକଙ୍କ ସହଯୋଗରେ ପିଲାମାନେ ଆସିବା ପରେ ଆମ ମ୍ୟାଡ଼ାମ ଓ ମୁ ପିଲା ମାନଙ୍କୁ ଗପ ଶୁଣାଇଲୁ । ଛୋଟ ଛୋଟ ପିଲା ଆମ ଦେଶର ଭବିଷ୍ୟତ ସେମାନଙ୍କୁ ଗଢିବା ଆମର ଦାୟିତ୍ୱ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର ଆଜି ପ୍ରଭୁ ଲୋକନାଥଙ୍କର ପଙ୍କୋଦ୍ଧାର ଏକାଦଶୀ ନୀତି

 

Tags: