ଆନ୍ଧ୍ର ବି.ଏଡ଼ ସାର୍ଟିଫିକେଟ ନାଁରେ ଲକ୍ଷାଧିକ ଟଙ୍କାର ଚୂନ ଲଗାଇଲା ଠକ

ଆନ୍ଧ୍ର ବି.ଏଡ଼ ସାର୍ଟିଫିକେଟ ନାଁରେ ଲକ୍ଷାଧିକ ଟଙ୍କାର ଚୂନ ଲଗାଇଲା ଠକ
Samaya Live News Picture
Published On

ଝାରସୁଗୁଡା : ଆନ୍ତଃରାଜ୍ୟ ଶିକ୍ଷା ଠକେଇ ର଼୍ୟାକେଟର ପର୍ଦ୍ଦାଫାଶ କରିଛି ଝାରସୁଗୁଡା ପୋଲିସ । ଆନ୍ଧ୍ର ବି.ଏଡ଼ ସାର୍ଟିଫିକେଟ ନାଁରେ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ୭ଟି ଜିଲ୍ଲାରୁ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଏବେ ଟଙ୍କା ଦେଇ ଫସିଛନ୍ତି । ସାଇବର ଥାନାରେ କିଛି ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ । ଚିତ୍ତରଞ୍ଜନ ବାରିକ ଓ ରୀମାରାଣୀ ଦାସ ଏବଂ ଅନ୍ୟ ଜଣକୁ ଗିରଫ କରି ରବିବାର କୋର୍ଟ ଚାଲାଣକାରାଯାଇଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶର ବିଭିନ୍ନ କଲେଜରେ ବି.ଇଡି ନାମଲେଖାଇ ଦେବା ପ୍ରଲୋଭନ ଦେଖାଇ ଟଙ୍କା ହଡ଼ପ କରୁଥିଲେ ।

ଚିତ୍ତରଞ୍ଜନ ବାରିକ ଓ ରୀମା ଦାସ ୫ ବର୍ଷ ଧରି ସମ୍ବଲପୁର ବୁର୍ଲା ଜ୍ୟୋତିବିହାର ନିକଟସ୍ଥ ବସନ୍ତ ବିହାରରେ ଏକ ଭଡ଼ାଘରେ ୱାନ୍‌ ୱାଲର୍‌ଡ ଏକାଡେମୀ ନାମକ ଏକ ସଂସ୍ଥା ଖୋଲିଥିଲେ। ସେମାନେ ମୁଖ୍ୟତଃ ଆନ୍ଧ୍ରପ୍ରଦେଶର ଆଚାର‌୍ୟ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ , ଗୁଣ୍ଟୁର ଜିଲାରେ ଥିବା ୭ ହିଲ୍ସ ବି.ଇଡି କଲେଜ ଏବଂ ରାମକୃଷ୍ଣ ବି.ଇଡି କଲେଜରେ ସହଜରେ ନାମଲେଖାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଛାତ୍ର ଛାତ୍ରୀଙ୍କ ଠାରୁ ପ୍ରବେଶ ଫି’ ନାମରେ ୫୦ ହଜାରରୁ ଅଧିକ ଟଙ୍କା ଆଦାୟ କରି ଜାଲ ସାର୍ଟିଫିକେଟ ପ୍ରଦାନ କରୁଥିଲେ ।

ତେବେ  ବି.ଇଡି ଏକ ରେଗୁଲାର କୋର୍ସ ହୋଇଥିବା ବେଳେ ଏହାକୁ ଡିଷ୍ଟାନ୍ସ କୋର୍ସ କହି ଛାତ୍ରୀଛାତ୍ରଙ୍କୁ ବିଭ୍ରାନ୍ତ କରାଯାଉଥିଲା। କେବଳ ବିଏଡ୍‌ ନୁହେଁ, ବରଂ ଏମ୍‌.ଇଡି, ବିଏ, ବିଏସ୍‌ସି ଭଳି ବିଭିନ୍ନ ପାଠ୍ୟକ୍ରମର ପ୍ରମାଣପତ୍ର ଯୋଗାଇଦେବା ନାଁରେ ଏହି ର଼୍ୟାକେଟ ବହୁ କୋଟି ଟଙ୍କା ଆଦାୟ କରିଥିବା ସନ୍ଦେହ କରାଯାଉଛି।

 

Tags: