ପୁଣି କମିଲା ସୁନା - ରୂପା ଦର
ନୂଆଦିଲ୍ଲୀ : ବିବାହ ଋତୁରେ ଗ୍ରାହକଙ୍କ ପାଇଁ ବଡ ଆଶ୍ୱସ୍ତି । ଲଗାତାର ୪ ଦିନ ଧରି କମିବାରେ ଲାଗିଛି ସୁନା ଦର । ଆଜି ମାର୍କେଟ ଖୋଲିବା ମାତ୍ରେ ସୁନା ଦର ପୁଣି ହ୍ରାସ ପାଇଛି । ୨୪କ୍ୟାରେଟ୍ ସୁନା ୧୪୨୦ଟଙ୍କା ହ୍ରାସ,୧୦ଗ୍ରାମ ପିଛା ୧,୫୧,୯୦୦ ହୋଇଛି । ଗତକାଲି ୨୪କ୍ୟାରେଟର ଦାମ ୧ଲକ୍ଷ ୫୩ହଜାର ୩୨୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ୍ ସୁନା ୧୩୦୦ ଟଙ୍କା ହ୍ରାସ ପାଇଛି । ୨୨କ୍ୟାରେଟ ସୁନା ୧୦ ଗ୍ରାମ୍ ୧,୩୯,୨୫୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହାର ଦାମ୍ ୧ଲକ୍ଷ ୪୦ହଜାର ୫୫୦ ଟଙ୍କା ରହିଥିଲା ।
ସେପଟେ, ରୂପା କିଲୋ ମଧ୍ୟ ହ୍ରାସ ପାଇଛି । ଆଜି ୨୦ହଜାର କମିଛି ରୂପା ଦର । ରୂପା କିଲୋଗ୍ରାମ୍ ପିଛା ୨୦ହଜାର କମିବା ପରେ ଏହା ୨ଲକ୍ଷ ୮୦ହଜାରରେ ପହଞ୍ଚିଛି । ଗତକାଲି ରୂପା କିଲୋ ୩ଲକ୍ଷ ରହିଥିଲା ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ହ୍ରାସ କରିବା ପରେ ସେୟାର ବଜାରରେ ଏହାର ପ୍ରଭାବ ପରିଲିକ୍ଷିତ ହୋଇଛି । ଆଜି ସେୟାର ମାର୍କେଟ ଖୋଲିବା ମାତ୍ରେ ସେନସେକ୍ସ ୨୫୦୦ ପଏଣ୍ଟ ବୃଦ୍ଧି ପାଇଥିବା ବେଳେ ୮୪ହଜାରରେ କାରବାର ଚାଲିଛି । ନିଫ୍ଟି ୭୦୦ପଏଣ୍ଟ ବୃଦ୍ଧି ପାଇଥିବା ସୂଚନା ମିଳିଛି । ରିଅଲ୍ଟି ଅଟୋ ଏବଂ ଆଇଟି ଷ୍ଟକରେ ସର୍ବାଧିକ କିଣାବିକା ହେଉଛି ।



