ଆଜିଠୁ ଅଣସରରେ ମହାପ୍ରଭୁ, ଶ୍ରୀ ଅଲାରନାଥଙ୍କ ଦର୍ଶନ ଆରମ୍ଭ
ଭୁବନେଶ୍ୱର: ଦେବସ୍ନାନ ପୂର୍ଣ୍ଣିମା ପରଦିନଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜରରେ ପଡ଼ିଥାନ୍ତି । ଏହି ସମୟରେ ମହାପ୍ରଭୁଙ୍କ ସ୍ଥାନଙ୍କରେ ଭକ୍ତମାନେ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ଦର୍ଶନ କରିଥାନ୍ତି । ତେବେ ଆଜିଠାରୁ ମହାପ୍ରଭୁଙ୍କ ଅଣସର ଆରମ୍ଭ ହୋଇଥିବା ହେତୁ ଭକ୍ତମାନେ ଏବେ ଶ୍ରୀ ଅଲାରନାଥଙ୍କ ଦର୍ଶନ ସକାଶେ ଭିଡ଼ ଲଗାଇଛନ୍ତି । ଶ୍ରୀ ଅଲାରନାଥଙ୍କ ମନ୍ଦିର ନୀତି ଅନୁସାରେ, ରାତି ପ୍ରାୟ ସାଢ଼େ ୩ଟାରୁ ଦ୍ୱାର ଖୋଲାଯାଇଛି । […]
ଭୁବନେଶ୍ୱର: ଦେବସ୍ନାନ ପୂର୍ଣ୍ଣିମା ପରଦିନଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜରରେ ପଡ଼ିଥାନ୍ତି । ଏହି ସମୟରେ ମହାପ୍ରଭୁଙ୍କ ସ୍ଥାନଙ୍କରେ ଭକ୍ତମାନେ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ଦର୍ଶନ କରିଥାନ୍ତି । ତେବେ ଆଜିଠାରୁ ମହାପ୍ରଭୁଙ୍କ ଅଣସର ଆରମ୍ଭ ହୋଇଥିବା ହେତୁ ଭକ୍ତମାନେ ଏବେ ଶ୍ରୀ ଅଲାରନାଥଙ୍କ ଦର୍ଶନ ସକାଶେ ଭିଡ଼ ଲଗାଇଛନ୍ତି । ଶ୍ରୀ ଅଲାରନାଥଙ୍କ ମନ୍ଦିର ନୀତି ଅନୁସାରେ, ରାତି ପ୍ରାୟ ସାଢ଼େ ୩ଟାରୁ ଦ୍ୱାର ଖୋଲାଯାଇଛି । ଏହାପରେ ମଙ୍ଗଳ ଆଳତି, ତଡ଼ପ ଲାଗି ଓ ଅବକାଶ ବେଶ କରାଯାଇଛି । ସମସ୍ତ ନୀତିକାନ୍ତି ପରେ ପ୍ରାୟ ସାଢ଼େ ୫ଟାରୁ ଭକ୍ତମାନଙ୍କ ଦର୍ଶନ ସକାଶେ ଶ୍ରୀ ଅଲାରନାଥଙ୍କ ମନ୍ଦିର ଖୋଲାଯାଇଛି ।

ଅଣସର ସମୟ ଅବସରରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ । ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି । ବର୍ଷକ ବାର ମାସ ମଧ୍ୟରୁ ପତି ମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା ୧୧ମାସ ଏବଂ ଦଇତାମାନଙ୍କ ସେବା ଏକ ମାସ । ଏହା ଆଷାଢ଼ କୃଷ୍ଣ ପ୍ରତିପଦାରୁ ନୀଳାଦ୍ରୀ ବିଜେ ଯାଏଁ ଚଉଦଦିନ ଧରି କରାଯାଇଥାଏ । ଏହି ଅବସରରେ ଶ୍ରୀମନ୍ଦିର ଗର୍ଭଗୃହ ମଧ୍ୟରେ ପଟି ଦିଅଁଙ୍କୁ ପୂଜା କରାଯାଏ । ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇଥାନ୍ତି ।

ଅଣସର ନୀତି-
କରାଳ କର୍ମ: ଆଷାଢ଼ କୃଷ୍ଣ ପ୍ରତିପଦରୁ ଚତୁର୍ଥୀ: ବିଗ୍ରହଙ୍କୁ ମରାମତି ସହ ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳକାମ କରାଯାଏ । ଶ୍ରୀଅଙ୍ଗରେ ଲାଗିଥିବା କସ୍ତୁରୀ, ଝୁଣା, ଚୂଆ, ଓ ଚନ୍ଦନ ଲେପକୁ ଅଲଗା କରାଯାଏ । ଅଲଗା ହୋଇଥିବା ପଦାର୍ଥମାନଙ୍କୁ କରାଳ କୁହାଯାଏ ।

ଶ୍ରୀଅଙ୍ଗ ଫିଟା: ସ୍ନାନମଣ୍ଡପରେ ସ୍ନାନଦ୍ୱାରା ଓଦା ପାଟ ବସ୍ତ୍ରକୁ ଅଣସର ଗୃହରେ ଓଲାଗି କରାଯାଏ । ଏହାକୁ ଶ୍ରୀଅଙ୍ଗ ଫିଟା କୁହାଯାଏ । ଏହି ସମୟରେ ଦାରୁ ରୂପକୁ କରାଳ ରୂପ କରାଯାଏ । ଶ୍ରୀଅଙ୍ଗ ଫିଟା ଓ କରାଲ ହେଉଛି ଶ୍ରୀଅଙ୍ଗ ନିରାପତ୍ତା ପାଇଁ ଏକ ପ୍ରତିଷେଧକ ବ୍ୟବସ୍ଥା ।

ଫୁଲରି ତେଲ ଲାଗି: ଅଣସର ଅବସରରେ ମହାଭପ୍ରଭୁଙ୍କ ଅଙ୍ଗରେ ଫୁଲରି ତେଲ ଲାଗି ହୁଏ । ବଡ଼ ଓଡ଼ିଆ ମଠ ଏହି ସେବା ପାଇଁ ଆବଶ୍ୟକୀୟ ପଦାର୍ଥ ଯେପରି, କର୍ପୂର, ଚୂଆ, ପରଖ, ପିଙ୍ଗଳ ଓ ରାଶିତେଲ ଯୋଗାଇଥାଆନ୍ତି । ଏହା ପୂର୍ବ ବର୍ଷ ହେରା ପଞ୍ଚମୀଠାରୁ ମାଟି ତଳେ ପୋତା ହୋଇ ରଖାଯାଇଥାଏ ।




