ବିଜେଡି ଛାଡ଼ିବେ ଅନନ୍ତ ଦାସଙ୍କ ପରିବାର

ବିଜେଡି ଛାଡ଼ିବେ ଅନନ୍ତ ଦାସଙ୍କ ପରିବାର

ଭୁବନେଶ୍ୱର : ଖୁବଶୀଘ୍ର ବିଜେଡି ଛାଡି ବିଜେପିରେ ମିଶିବେ ସ୍ବର୍ଗତଃ ବିଜେଡିରେ ନେତା ଅନନ୍ତ ଦାସଙ୍କ ପୁଅ  । ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ଏନେଇ ଆଲୋଚନା ସାରିଥିବା କହିଛନ୍ତି ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ ।  ସେ କହିଛନ୍ତି ବିଜେଡି ଆମକୁ ଛାଡିଦେଇଛି । ଗତ କିଛି ବର୍ଷ ଧରି ଦଳ ସହ କୌଣସି ସମ୍ପର୍କ ରହିନାହିଁ ।  ମୁଁ ଓ ମୋ ପରିବାର ଖୁବ୍ ଶୀଘ୍ର ପଦ୍ମ ଧରିବାକୁ ଯାଉଛୁ। ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ମୁଁ ଏଭଳି ନିଷ୍ପତ୍ତି ନେଇଛି। 

ସମ୍ବନ୍ଧିତ ଖବର ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ବତକ ବୋହିନେଲେ ଲୋକେ

ବିଜେପିରେ ସାମିଲ ହେବା  ନେଇ  ନିର୍ବାଚନ ସମୟରେ  ନିଷ୍ପତ୍ତି ନେଇପାରିନଥିଲେ, କିନ୍ତୁ ଏବେ ବିଜେପିରେ ମିଶିବାକୁ ପୁରା ପରିବାର ନିଷ୍ପତ୍ତି ନେଇଥିବା ଅଭିଜିତ କହିଛନ୍ତି ।  ପ୍ରାୟ ଦୁଇ ବର୍ଷ ହେଲା  ସେ ବିଜେପି ସହ ସକ୍ରିୟ ଭାବେ କାମ କରୁଥିବା କହିଛନ୍ତି । ଭୋଗରାଇର ଉନ୍ନତି ତାଙ୍କର ପ୍ରଥମ ଲକ୍ଷ୍ୟ । ତେବେ ଏହି ଘୋଷଣା ପରେ ଭୋଗରାଇ ଓ ବାଲେଶ୍ୱର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । 

ସମ୍ବନ୍ଧିତ ଖବର ରିମାଣ୍ଡରେ ଯିବ ଫେରାର କଏଦୀ ମଧୁକାନ୍ତ ରାଣା

Tags: