ଚନ୍ଦକା ରାସ୍ତାରେ ବୁଲୁଛି ଆହତ ଦନ୍ତା
ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦକା ଥାନା ଅନ୍ଧାରୁଆ ରାସ୍ତାରେ ବୁଲୁଛି ଆହତ ଦନ୍ତା । ବାମ ଗୋଡ଼ରେ ଲାଗିଛି ଶକ୍ତ ଆଘାତ । ଗତକାଲି ରାତିଠାରୁ ଜଙ୍ଗଲ ଛାଡ଼ି ଜନବସତି ନିକଟରେ ଘୁରୁଛି ବିଶାଳ ଦନ୍ତା ହାତୀ । ରାସ୍ତାଠାରୁ ପ୍ରାୟ ୨୦୦ ମିଟର ଦୂରରେ ଦୀର୍ଘ ସମୟ ଧରି ହାତୀଟି ରହିବାରୁ ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ । ହାତୀଟି ଆହତ ଥିବାରୁ ତାହାର ଗତିବିଧିକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି । ହାତୀ କେତେବେଳେ ଜନବସତି ଆଡ଼କୁ ମାଡ଼ି ଆସିବ, ତାକୁ ନେଇ ଆତଙ୍କିତ ଲୋକେ । ଘଟଣାସ୍ଥଳରେ ବନ ବିଭାଗର ଟିମ୍ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛି । ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ବନ ବିଭାଗ । ଆହତ ହାତୀର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ସହ ଆବଶ୍ୟକ ଚିକିତ୍ସା ଦେବାକୁ ଉଦ୍ୟମ ଚାଲିଛି । ଏହାସହ ହାତୀଟିକୁ କିପରି ସୁରକ୍ଷିତ ଭାବେ ପୁଣି ଜଙ୍ଗଲ ଭିତରକୁ ଫେରାଇ ନିଆଯିବ, ସେନେଇ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି ।
Tags:




