ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ଆଟେଣ୍ଡ।ଣ୍ଟ ମୃତ ଡ୍ରାଇଭର ଗୁରୁତର

ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ଆଟେଣ୍ଡ।ଣ୍ଟ ମୃତ ଡ୍ରାଇଭର ଗୁରୁତର
Samaya Live News Picture
Published On

ଢେଙ୍କାନାଳ : ଢେଙ୍କାନାଳ ରେ ଆମ୍ବୁଲାନ୍ସ ଦୁର୍ଘଟଣା । ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ ପଛକୁ ଆମ୍ବୁଲାନ୍ସ ପିଟିବାରୁ ଘଟଣାସ୍ଥଳରେ ଆଟେଣ୍ଡ।ଣ୍ଟଙ୍କ ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି । ମୋଟୋଙ୍ଗା ଥାନା ଏନଏଚ -୫୫ ହଳଦିଆ ବାହାଲ ନିକଟରେ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସଟି ରୋଗୀ ନେଇ ଭୁବନେଶ୍ୱର ଆସି ଫେରିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଆମ୍ବୁଲାନ୍ସଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

Tags: