ଅମାନିଆ ଇସ୍କନ, ପୁଣି କରିବ ଅଦିନିଆ ରଥଯାତ୍ରା
ଭୁବନେଶ୍ୱର : ପୁଣି ଇସ୍କନର ମନମାନି । ବାରମ୍ବାର ତାଗିଦ ସତ୍ତ୍ୱେ ସୁଧୁରୁନାହାନ୍ତି କର୍ତୃପକ୍ଷ I ଆସନ୍ତା ୨୩ ତାରିଖ ରବିବାର ଦିନ ପୁଣି ଆରମ୍ଭ କରିବାକୁ ଯାଉଛନ୍ତି ଅଦିନିଆ ରଥଯାତ୍ରା । ତାଇୱାନର ଜିମେଣ୍ଡିଙ୍ଗ ଏମଆରଟି ଏକ୍ସିଟ ୬ରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ଏନେଇ ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଅନଲାଇନ ମାଧ୍ୟମରେ ସୂଚନା ଦିଆଯାଇଛି । ଏହି ଅବସରରେ ସାଂସ୍କୃତିକ, କୀର୍ତ୍ତନ, ଯୋଗ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବ ।
ଏହି ଘଟଣାକୁ ନେଇ ପୁରୀରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି l ଇସ୍କନ ଏପରି ବାରମ୍ବାର ନିୟମ ବାହାରେ କାର୍ଯ୍ୟ କରୁଥିବାକୁ ଜଗନ୍ନାଥ ପ୍ରେମୀ ଓ ସେବାୟତ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
Tags:




