୪ଦଫା ଦାବିନେଇ ଆନ୍ଦୋଳନରେ ଆମ ବସ କର୍ମଚାରୀ
ଭୁବନେଶ୍ୱର : ଆମ ବସ କର୍ମଚାରୀଙ୍କ ଧାରଣା । ଆଜି ଭୋର ୪ଟାରୁ ୪ ଦଫା ଦାବି ନେଇ ପାତ୍ରପଡା ଭଗବାନପୁର ଆମ ବସ ଡିପୋରେ ଧାରଣାରେ ବସିଛନ୍ତି ଆମ ବସ କର୍ମଚାରୀ । ଦରମା ପ୍ରଦାନରେ ବିଳମ୍ବ, EPF ଓ ESI ସୁବିଧା ସମସ୍ୟା ସହ ବିଭିନ୍ନ ଦାବି ରଖିଛନ୍ତି । ଫଳରେ ୪୫ଟି ରୁଟରେ ୧୧୭ଟି ବସ୍ ଚାଲୁନି ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହୋଇପଡ଼ିଛନ୍ତି ।
କର୍ମଚାରୀମାନଙ୍କ ପ୍ରଥମ ଦାବି ହେଉଛି ଠିକ୍ ସମୟରେ ଦରମା ପ୍ରଦାନ। ଦ୍ୱିତୀୟ ଦାବି ଭାବେ ସଠିକ୍ ସମୟରେ EPF ଓ ESI ସୁବିଧା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି । ତୃତୀୟ ଦାବି ଅନୁସାରେ, ପ୍ରତ୍ୟେକ କର୍ମଚାରୀଙ୍କୁ ୩୦ଟି ଡ୍ୟୁଟିରୁ ଅଧିକ କାମ ନ ଦେଇ ୨୬ଟି ଡ୍ୟୁଟି ଓ ୪ଟି ଛୁଟି ସୁନିଶ୍ଚିତ କରିବା ସହ ଏହାକୁ ଲିଖିତ ଆକାରରେ ଦେବାକୁ ଦାବି ହୋଇଛି ।
ସେହିପରି FC କିମ୍ବା FNC କେସ୍ରେ ଯାତ୍ରୀଙ୍କ ଜରିମାନା କମ୍ ଥିଲେ ମଧ୍ୟ କର୍ମଚାରୀଙ୍କୁ ୫ ହଜାର ଟଙ୍କା ଜରିମାନା ଓ ୫ ଦିନ ଡ୍ୟୁଟି ବନ୍ଦ ଭଳି କଠୋର ପଦକ୍ଷେପ ନେଉଥିବାରୁ ଏହାର ସମାଧାନ ପାଇଁ ମଧ୍ୟ ସେମାନେ ଦାବି ଉଠାଇଛନ୍ତି । ଦାବି ପୂରଣ ନହେଉଅ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀମାନେ ସ୍ପଷ୍ଟ କରିଛନ୍ତି ।



