ଏକ ସପ୍ତାହ ମଧ୍ୟରେ ଭତ୍ତା ସମସ୍ୟାର ହେବ ସମାଧାନ - ମନ୍ତ୍ରୀ
ଭୁବନେଶ୍ୱର : ଏକ ସପ୍ତାହ ଭିତରେ ଭତ୍ତା ସମସ୍ୟାର ସମାଧାନ ହେବ । ଭତ୍ତା ବଣ୍ଟନକୁ ନେଇ ଦେଖାଦେଇଥିବା ସମସ୍ୟା ଖୁବଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହା କେବଳ ଓଡ଼ିଶାର ସମସ୍ୟା ନୁହେଁ, ଏହା ସବୁ ରାଜ୍ୟର ସମସ୍ୟା । ସଫ୍ଟୱେରରେ କିଛି ପରିବର୍ତ୍ତନ ହେଉଛି । କାମ ଶୀଘ୍ର ସରିଯିବ ଏବଂ ଆମେ ଆଶା କରୁଛୁ ଏକ ସପ୍ତାହ ଭିତରେ ଏଥିରେ ସୁଧାର ଆସିବ। ଏବଂ ପରବର୍ତ୍ତି ସମୟରେ ଲୋକଙ୍କର ଯେତିକି ବକେୟା ଟଙ୍କା ଥିବ ସେସବୁକୁ ଏକାଥରେ ପାଇପାରିବେ। ଫଳରେ ଭତ୍ତା ପାଇଁ ଅପେକ୍ଷା କରିଥିବା ହିତାଧିକାରୀଙ୍କ ମଧ୍ୟରେ ଆଶାର ସଞ୍ଚାର ହୋଇଛି ।
Tags:



