୧୫ ଦିନ ମଧ୍ୟରେ ଭତ୍ତା ସମସ୍ୟା ର ସମାଧାନ ହେବ - ମନମୋହନ ସାମଲ

ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ଦେଖାଯାଉଛି

୧୫ ଦିନ ମଧ୍ୟରେ ଭତ୍ତା ସମସ୍ୟା ର ସମାଧାନ ହେବ - ମନମୋହନ ସାମଲ
Samaya Live News Picture
Published On

ଭୁବନେଶ୍ୱର : ଭତ୍ତା ପାଇଁ ହନ୍ତସନ୍ତ । କେଉଁଠି ୨ମାସ ତ କେଉଁଠି ୩ମାସ ବିତିଲାଣି । ବ୍ୟାଙ୍କ ରୁ ବ୍ଲକ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ହିତାଧିକାରୀ । କିନ୍ତୁ ମିଳିପାରୁ ନାହିଁ ସଠିକ ଉତ୍ତର । ପରିଣତ ବୟସରେ ମାସ ମାସ ଧରି ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ୁଥିବା ବେଳେ ସରକାରୀ ଅଧିକାରୀ କେବଳ ପ୍ରତିଶ୍ରୁତି ଦେଉଥିବାର ଦେଖିବାକୁ ମିଳୁଛି । ଆର୍ଥିକ ଅନଟନ ଭିତରେ ରହିଥିବା ଅନେକ ବୟସ୍କ ଲୋକେ, ଯେଉଁମାନେ ଭତ୍ତା ଗଣ୍ଡାକ ଉପରେ ନିର୍ଭର କରୁଥିଲେ ସେମାନଙ୍କ ପାଇଁ ଅସହ୍ୟ ହେଲାଣି ଭତ୍ତା ଯନ୍ତ୍ରଣା। ଖବର ଗଣମାଧ୍ୟମକୁ ଆସିବା ପରେ ତତ୍ପର ହୋଇଛି ପ୍ରଶାସନ । ୧୫ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ।

ସେ କହିଛନ୍ତି ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ଦେଖାଯାଉଛି। ଯେଉଁମାନେ କ୍ୟାସ ଆକାରରେ ଭତ୍ତା ପାଉଥିଲେ ସେମାନଙ୍କର କିଛି ସମସ୍ୟା ସୃଷ୍ଟି ହୋଇନାହିଁ । ଯେଉଁମାନଙ୍କ ଅନଲାଇନ ଆକାଉଣ୍ଟରେ ଭତ୍ତା ଯାଉଛି, କେନ୍ଦ୍ର ସରକାର ପକ୍ଷରୁ ନୂଆକରି ସଫ୍ଟଓୟାର ଡେଭଲପ କାମ ଚାଲିଛି। ସେଥିପାଇଁ ସମସ୍ୟା ହୋଇଛି ।  ଆଉ ୧୫ ଦିନ ଭିତରେ ସମସ୍ୟାର ସମଧାନ ହେବ । କେନ୍ଦ୍ର ଓ ରାଜ୍ୟ ଯୁଗ୍ମ ଭାବେ ଭତ୍ତା ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି । ଯେଉଁମାନେ ପାଇନାହାନ୍ତି ଏକକାଳୀନ ପାଇବେ ବୋଲି ମନମୋହନ ସାମଲ କହିଛନ୍ତି।

ସୂଚନାନୁସାରେ, ଭତ୍ତା ବଣ୍ଟନକୁ ନେଇ ହିତାଧିଙ୍କ ହନ୍ତସନ୍ତ ପରେ ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲା । ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା, 'ରାଜ୍ୟର ବୟସ୍କ, ଭିନ୍ନକ୍ଷମ ଓ ବିଧବାମାନଙ୍କୁ ୨ ମାସ ହେଲା ଭତ୍ତା ପ୍ରଦାନ ନ କରି ହନ୍ତସନ୍ତ କରୁଛନ୍ତି ରାଜ୍ୟ ସରକାର । 

Tags: