ମାସକ ଶିଶୁକନ୍ୟାକୁ ବିକ୍ରି ଅଭିଯୋଗ

ମାସକ ଶିଶୁକନ୍ୟାକୁ ବିକ୍ରି ଅଭିଯୋଗ

ଭୁବନେଶ୍ବର: ପୁଅ, ବୋହୂଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଜେଜେମାଆ । ୧ ମାସର ନାତୁଣିକୁ ବିକିଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟାଁବନାପୁର ଗାଁରେ ଘଟିଛି ଏହି ଘଟଣା । କାଲି ବାପାମାଆ ଶିଶୁକନ୍ୟାକୁ ନେଇ ଭଣ୍ଡାରିପୋଖରୀ ହସ୍ପିଟାଲ ଆସିଥିଲେ । କିନ୍ତୁ ଶିଶୁକନ୍ୟାକୁ ନିଜ ସହ ନ ଆଣି ଖାଲି ହାତରେ ଘରକୁ ଫେରିଥିଲେ । ନାତୁଣୀ ବାବଦରେ ପଚାରିବାରୁ ଉଭୟ କିଛି ନ କହି ଓଲଟି ଗାଳିଗୁଲଜ କରିଥିଲେ । ୨୦ ହଜାର ଟଙ୍କାରେ ନାତୁଣୀକୁ ବିକିଦେଇଥିବା ନେଇ ଅଭିଯୋଗ କରିଛନ୍ତି । ଜେଜେମାଆର ଅଭିଯୋଗ ଆଧାରରେ ୩ ଜଣଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରୁଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର ୩ ମାସ ମଧ୍ୟରେ ଗଣତି ମଣତି ସାର - ହାଇକୋର୍ଟ

 

ସମ୍ବନ୍ଧିତ ଖବର ନିର୍ବାଚନ ଲଢ଼ିବେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ

ସମ୍ବନ୍ଧିତ ଖବର ନକ୍ସଲ ମୁକ୍ତ ହେଉଛି ଓଡିଶା - ମୁଖ୍ୟମନ୍ତ୍ରୀ

 

Tags: