ମାସକ ଶିଶୁକନ୍ୟାକୁ ବିକ୍ରି ଅଭିଯୋଗ

ମାସକ ଶିଶୁକନ୍ୟାକୁ ବିକ୍ରି ଅଭିଯୋଗ
Samaya Live News Picture
Published On

ଭୁବନେଶ୍ବର: ପୁଅ, ବୋହୂଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଜେଜେମାଆ । ୧ ମାସର ନାତୁଣିକୁ ବିକିଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟାଁବନାପୁର ଗାଁରେ ଘଟିଛି ଏହି ଘଟଣା । କାଲି ବାପାମାଆ ଶିଶୁକନ୍ୟାକୁ ନେଇ ଭଣ୍ଡାରିପୋଖରୀ ହସ୍ପିଟାଲ ଆସିଥିଲେ । କିନ୍ତୁ ଶିଶୁକନ୍ୟାକୁ ନିଜ ସହ ନ ଆଣି ଖାଲି ହାତରେ ଘରକୁ ଫେରିଥିଲେ । ନାତୁଣୀ ବାବଦରେ ପଚାରିବାରୁ ଉଭୟ କିଛି ନ କହି ଓଲଟି ଗାଳିଗୁଲଜ କରିଥିଲେ । ୨୦ ହଜାର ଟଙ୍କାରେ ନାତୁଣୀକୁ ବିକିଦେଇଥିବା ନେଇ ଅଭିଯୋଗ କରିଛନ୍ତି । ଜେଜେମାଆର ଅଭିଯୋଗ ଆଧାରରେ ୩ ଜଣଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରୁଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

 

 

Tags: