ଜନ୍ମ ପ୍ରମାଣ ପତ୍ର ପାଇଁ ଲାଞ୍ଚ ଅଭଯୋଗ !

ଜନ୍ମ ପ୍ରମାଣ ପତ୍ର ପାଇଁ ଲାଞ୍ଚ ଅଭଯୋଗ !
Samaya Live News Picture
Published On

ବାରିପଦା: ବାରିପଦା ପୌର ପାଳିକା ନାଁ ରେ ସାଙ୍ଘାତିକ ଅଭିଯୋଗ । ଲାଞ୍ଚ ନଦେଲେ ମିଳିବ ନାହିଁ ଜନ୍ମ ପ୍ରମାଣପାତ୍ର । ପ୍ରମାଣପତ୍ର ପାଇଁ ସରକାରୀ ଫି ୭୦ ଟଙ୍କା ପରିବର୍ତ୍ତେ ମୋଟ ୯୦୦ ଟଙ୍କା ନେଉଛନ୍ତି ସରକାରୀ ବାବୁ । ପ୍ରଥମେ ୪୦୦ ଟଙ୍କା ଅନ୍‌ଲାଇନରେ ଏବଂ ପରେ ସାର୍ଟିଫିକେଟ୍ ଦେବା ବେଳେ ଅନ୍ୟ ଜଣେ ଅଧିକାରୀ ୫୦୦ ଟଙ୍କା ନଗଦ ନେଇଥିବା ଅଭିଯୋଗ ହୋଇଛି । ଏବେ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଅଭିଯୋଗ ପରେ ପୁଣି ନାଲିଆଖି ଦେଖାଉଛନ୍ତି ବାବୁ ଜଣକ ।

ସୂଚନା ଅନୁସାରେ, ବାରିପଦାର ଜଣେ ଦିନ ମଜୁରିଆ ରଞ୍ଜିତ ମହାନ୍ତି ନିଜର ଆଧାର କାର୍ଡ ସଂଶୋଧନ ପାଇଁ ତାଙ୍କର ହାତଲେଖା ପୁରୁଣା ଜନ୍ମ ପ୍ରମାଣପତ୍ରକୁ ଡିଜିଟାଲ୍ କରିବାକୁ ପଡ଼ିଥିଲା। ଏହି କାମ ପାଇଁ ସେ ପୌରପାଳିକା କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ସାହାଯ୍ୟ କରିବା ବଦଳରେ ଶୋଷଣର ଶୀକାର ହୋଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଏହି ଦୁର୍ନୀତି ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ଅନୁମାନ କରାଯାଉଛି । ୭୦ ଟଙ୍କାର ସରକାରୀ ଫି’ ପାଇଁ ଏତେ ପରିମାଣର ଟଙ୍କା କେଉଁ ଆଧାରରେ ନିଆଯାଉଛି, ତାହାର କୌଣସି ସନ୍ତୋଷଜନକ ଉତ୍ତର କର୍ତ୍ତୃପକ୍ଷ ଦେଉନାହାଁନ୍ତି। ବାରିପଦା ପୌରପାଳିକାରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ଜିଲ୍ଲା ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ଦାବି ହେଉଛି ।

 

Tags: