କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣାରେ ବଦଳିଲେ ଥାନାର ସମସ୍ତ କର୍ମଚାରୀ

କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣାରେ ବଦଳିଲେ ଥାନାର ସମସ୍ତ କର୍ମଚାରୀ
Samaya Live News Picture
Published On

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଥାର୍ଡ଼ ଡିଗ୍ରୀ। ଚିକିତ୍ସାଧୀନ ଅବସ୍ଥାରେ ଦିବ୍ୟାଙ୍ଗଙ୍କ ମୃତ୍ୟୁ ପରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ବଦଳିଲେ କବିସୂର୍ଯ୍ୟନଗର ଥାନାର ୨୪ କର୍ମଚାରୀ । ଏହା ସହ ବାଲିଛାଇ ଫାଣ୍ଡିର ୩ କର୍ମଚାରୀଙ୍କୁ ମଧ୍ୟ ବଦଳି କରାଯାଇଛି। ୨୬ କର୍ମଚାରୀଙ୍କୁ ଅନ୍ୟ ଉପଖଣ୍ଡକୁ ବଦଳି କରାଯାଇଛି । ଗଞ୍ଜାମ ଏସପି ହରିଶ ବିସି କର୍ମଚାରୀଙ୍କୁ ଅନ୍ୟ ଥାନାକୁ ବଦଳି କରିଛନ୍ତି ।

ସେହିପରି ଅନ୍ୟ ଥାନା ଗୁଡିକର ଷ୍ଟାଫ ମାନଙ୍କୁ କବିସୂର୍ଯ୍ୟନଗର ଥାନାକୁ ବଦଳି କରାଯାଇଛି । ସୁଶାନ୍ତ ସାହୁଙ୍କ ହାଜତ ମୃତ୍ୟୁ ଅଭିଯୋଗ ପରେ ଥାନାରେ କାର୍ଯ୍ୟରତ IPS ଅଫିସରଙ୍କୁ ଜିଲ୍ଲା ହେଡ଼ କ୍ଵାର୍ଟରକୁ ବଦଳି କରିଥିଲେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ନୀତି ଶେଖର। ସେହିପରି ଥାନାର ଜଣେ SI ଓ କନେଷ୍ଟବଳଙ୍କୁ ଓ ଫାଣ୍ଡିର ଜଣେ ASI ଙ୍କୁ ନିଲମ୍ବନ କରିଥିଲେ ।  ଏହା ପରେ ସମସ୍ତଙ୍କୁ ବଦଳି କରାଇବା ପାଇଁ ଏସପିଙ୍କୁ କହିଥିଲେ । ସେପଟେ HRPC ଟିମ ସୁଶାନ୍ତ ଙ୍କ ପରିବାର ଲୋକଙ୍କୁ ଗେଷ୍ଟ ହାଉସକୁ ଡାକି ପଚରା ଉଚରା କରୁଛି । ହାଜତ ମୃତ୍ୟୁ ଘଟଣାର ତଦନ୍ତ ଚାଲିଥିବାବେଳେ ପ୍ରଶାସନର ଏହି ପଦକ୍ଷେପକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି ।

ସୂଚନାନୁଯାୟୀ, ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ପୋଲିସ ମାଡରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ସୁବୁଳିଆ ଗ୍ରାମର ସୁଶାନ୍ତ ସାହୁ । ତାଙ୍କୁ ୬ ଦିନ ଥାନାରେ ଅଟକ ରଖି ମାଡ ମରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ପରେ ତୀବ୍ର ହୋଇଥିଲା ଜନଅସନ୍ତୋଷ । ପରିବାର ଲୋକେ ପୁଲିସ ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ବିରୋଧୀ ଦଳମାନେ ମଧ୍ୟ ଏହି ଘଟଣାକୁ ନେଇ ସରକାରଙ୍କୁ ଘେରିଥିଲେ । ଘଟଣା ପରେ ତଦନ୍ତ ପାଇଁ ଏଚଆରପିସି ଟିମ୍ ମଧ୍ୟ ମୈଦାନକୁ ଓହ୍ଲାଇଥିଲା । ଏହାରି ଭିତରେ ପୁଲିସ ବିଭାଗ ପକ୍ଷରୁ ବଡ଼ ଅଦଳବଦଳ କରାଯାଇଛି । 

Tags: