ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ଧାମନଗର ବ୍ଲକର ସମସ୍ତ ସ୍କୁଲ ବନ୍ଦ

ଧାମନଗର : ବିଧାୟକ ବିଷ୍ଣୁ ସେଠୀଙ୍କ ଆଜି ସକାଳେ ଅକାଳ ବିୟୋଗ ଘଟିଛି I ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୭.୩୫ ରେ ତାଙ୍କର ପରଲୋକ ହୋଇଥିଲା I ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା I ଏନେଇ ଏମ୍‌ସ ଆଡିସିନାଲ ସୁପରିଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ତାଙ୍କ ବିୟୋଗରେ ବିୟୋଗରେ ସମସ୍ତ ଦଳର ରାଜନେତାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି I ସେ ବିଜେପିର […]

Samaya Live Picture
Published On

ଧାମନଗର : ବିଧାୟକ ବିଷ୍ଣୁ ସେଠୀଙ୍କ ଆଜି ସକାଳେ ଅକାଳ ବିୟୋଗ ଘଟିଛି I ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୭.୩୫ ରେ ତାଙ୍କର ପରଲୋକ ହୋଇଥିଲା I ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା I ଏନେଇ ଏମ୍‌ସ ଆଡିସିନାଲ ସୁପରିଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ତାଙ୍କ ବିୟୋଗରେ ବିୟୋଗରେ ସମସ୍ତ ଦଳର ରାଜନେତାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି I

ସେ ବିଜେପିର ଜଣେ ଟାଣୁଆ ନେତା ଥିଲେ। ରୋକ୍ ଠୋକ୍ କଥା ପାଇଁ ସେ ବେଶ୍ ପରିଚିତ ଥିଲେ। ସେ ଜଣେ ସାହିତ୍ୟିକ ଓ ଲେଖକ ରୂପରେ ଖ୍ୟାତି ଅର୍ଜନ କରିଥିଲେ। ସେ ଲୋକଙ୍କ ପାଇଁ ସବୁବେଳେ ବିଧାସଭାରେ ତାଙ୍କର ସ୍ଵରକୁ ଶାଣିତ କରୁଥିଲେ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ। ତାଙ୍କର ପରଲୋକରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ସେହିପରି ଆଜି ଆଜି ଭଦ୍ରକ ଜିଲ୍ଲାରେ ମଧ୍ୟ ଶୋକ ପାଳନ କରାଯାଉଛି I ସେ ବିଧାୟକ ଥିବା ଧାମନଗର ବ୍ଲକର ସମସ୍ତ ସ୍କୁଲ ଗୁଡିକ ରେ ଆଜି ପାଠ ପଢା ବନ୍ଦ କରାଯାଇଛି । ତେବେ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ୪ଟା ପର୍ଯ୍ୟନ୍ତ ଉପସ୍ଥିତ ରହିବେ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ନିଜର ପ୍ରିୟ ବିଧାୟକଙ୍କୁ ହରାଇ ଧାମନଗରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।