ଆଡ଼ମିସନ ପୂର୍ବରୁ ଆୟୁଷ୍ମାନ କାର୍ଡ ରେ ହେବ ରୋଗୀଙ୍କ ସମସ୍ତ ପରୀକ୍ଷା
ଆଡମିଟ ୩ ଦିନ ପୂର୍ବରୁ ଆୟୂଷ୍ମାନ କାର୍ଡରେ ପରୀକ୍ଷା କରାଯିବ
ଭୁବନେଶ୍ୱର : ଆୟୂଷ୍ମାନ କାର୍ଡ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଆଡମିଟ ପୂର୍ବରୁ ଆୟୂଷ୍ମାନ କାର୍ଡରେ ସବୁ ମେଡିକାଲ ପରୀକ୍ଷା କରାଯିବ । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଛନ୍ତି ବଡ଼ ସୂଚନା। ରୋଗୀ ହସ୍ପିଟାଲରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ କାର୍ଡ ମାଧ୍ୟମରେ ହେବ ସମସ୍ତ ପରୀକ୍ଷା । ଦିନ ଯାହା ସବୁ ଟେଷ୍ଟ ହେବ ତାହା ଆୟୂଷ୍ମାନ ପ୍ୟାକେଜରେ ରହିବ। ଗାଇଡ୍ଲାଇନ୍ ନ ମାନିଲେ ହସ୍ପିଟାଲ ବିରୋଧରେ କଡ଼ା ଆକ୍ସନ ନିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ପାଉଥିବା ରୋଗୀଙ୍କ ପାଇଁ ଏହା ଏକ ବଡ଼ ପଦକ୍ଷେପ ।
କେବଳ ପରୀକ୍ଷା ନୁହେଁ, ହସ୍ପିଟାଲ କର୍ମଚାରୀମାନେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ କିଭଳି ଭଲ ବ୍ୟବହାର କରିବେ, ତାହା ଉପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଇଛି । କୌଣସି ପ୍ରକାର ଅଭିଯୋଗ ଯେପରି ନ ଆସିବ, ସେଥିପ୍ରତି ସତର୍କ ରହିବାକୁ ସମସ୍ତ ହସ୍ପିଟାଲ ପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି । ଏହି କମିଟି ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରି ନିୟମ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା ଯାଞ୍ଚ କରିବ ।



