୨୦ରୁ ୨୨ଯାଏଁ ନବରଙ୍ଗପୁରରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ନବରଙ୍ଗପୁର : ୨୦ରୁ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ୨୦ତାରିଖରୁ ୨୨ଯାଏଁ ଜିଲ୍ଲାର ସମସ୍ତ ସରକାରୀ ,ବେସରକାରୀ ସ୍କୁଲ, କଲେଜ ଓ ଅଙ୍ଗନବାଡି ବନ୍ଦ ରଖିବାକୁ ଜିଲ୍ଲାପାଳ ନିଷ୍ପତି ନେଇଛନ୍ତି । ପରବର୍ତ୍ତୀ ଆଦେଶ ଯାଏଁ ଏହି ନିଷ୍ପତ୍ତି ଜାରି ରହିବ ବୋଲି ଜଣାପଡିଛି ।
ସୂଚନାନୁସାରେ, ଓଡ଼ିଶାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଯାହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରପାଳ ମାନଙ୍କ ରିପୋର୍ଟ ଆଧାରରେ ଖରା ଛୁଟି କରିବାକୁ ନିର୍ଦେଶ ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶୁକ୍ରବାର ବଲାଙ୍ଗିର, ବୌଦ୍ ସୋନପୁର, କଳାହାଣ୍ଡି ଜିଲ୍ଲାରେ ଥିବା ସ୍କୁଲକୁ ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ । ଏହାପରେ ଆଜି ନବରଙ୍ଗପୁର ଜିଲ୍ଲାପାଳ ମଧ୍ୟ ଜିଲ୍ଲାର ସମସ୍ତ ଜିଲ୍ଲାକୁ ଛୁଟି ଘୋଷଣା କରିଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ଘୋଷଣା ହୋଇଛି ।
Tags:




