ସର୍ବଦଳୀୟ ବୈଠକ ଶେଷ

କୋଟିଆ କଂଗ୍ରେସ, ବନ୍ୟା, ବାତ୍ୟା ପ୍ରସଙ୍ଗ ଉଠାଇବ ବିଜେଡି

ସର୍ବଦଳୀୟ ବୈଠକ ଶେଷ
Samaya Live News Picture
Published On

ଭୁବନେଶ୍ୱର : ସରିଲା ସର୍ବଦଳୀୟ ବୈଠକ । ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି।

ଏହି ବୈଠକରେ ବାତ୍ୟା ଓ ବନ୍ୟା ପ୍ରସଙ୍ଗରେ ମୋସନ ଆଣିଥିବା କଥା କହିଛି ବିଜେଡି। ସମସ୍ତ ସରକାରୀ କାର୍ଯ୍ୟ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛି ଦଳ। ଏହା ସହ ରାଜ୍ୟର ଆଇନଶୃଙ୍ଖଳା, ଭତ୍ତା ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଉଠାଇବ ବିଜେଡି। ସେପଟେ ବିଧାନସଭାରେ କୋଟିଆ ପ୍ରସଙ୍ଗ ଉଠାଇବ କଂଗ୍ରେସ । ଏହା ସହ ବନ୍ୟା ଓ ବାତ୍ୟା ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଘେରିବ ଦଳ । ଆଜି ହେବାକୁ ଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ଚୂଡ଼ାନ୍ତ ହେବ ଦଳର ରଣନୀତି।

ଅନ୍ୟପଟେ ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ। ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ସହ ବିରୋଧୀ ଓ ସରକାରୀ ଦଳ ପକ୍ଷରୁ ଆସୁଥିବା ପ୍ରସ୍ତାବ ଉପରେ ଆଲୋଚନା ହେବ । ଚଳିତ ଅଧିବେଶନରେ ୫ଟି ବିଲ୍ ଆସିବ। ବିରୋଧୀଙ୍କ ମୋସନ ଉପରେ ବାଚସ୍ପତି ନିଷ୍ପତ୍ତି ନେଲେ ସରକାରୀ ଦଳ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ମନ୍ତ୍ରୀ ।

Tags: