ସମସ୍ତ OSRTC ଗାଡି ହେବ ଇଭି - ପରିବହନ ମନ୍ତ୍ରୀ

ସମସ୍ତ OSRTC ଗାଡି ହେବ ଇଭି - ପରିବହନ ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ସମ୍ପ୍ରତି ମଧ୍ୟପ୍ରାଚ୍ୟର ଯୁଦ୍ଧ ଯୋଗୁଁ ସାରା ଦେଶରେ ଦେଖାଦେଇଛି ତୈଳ ସଙ୍କଟ । ଏହାକୁ ଏଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ବିକଳ୍ପ ଭାବରେ ଇଭି ଗାଡି ବ୍ୟବହାର ପାଇଁ ଆହ୍ବାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିଷ୍ପତିକୁ ଗୁରୁତ୍ତ୍ଵ ଦେଇ ରାଜ୍ୟ ସରକାର ମଧ୍ୟ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏଣିକି ରାଜ୍ୟରେ ସବୁ ସରକାରୀ ଗାଡ଼ି ହେବ ଇଭି । ଇଲେକ୍ଟ୍ରି ଗାଡି ବ୍ୟବହାର କରିବେ ସରକାରୀ ଅଧିକାରୀ।OSRTCର ସମସ୍ତ ଗାଡିକୁ ଇଭି କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ସେ କହିଛନ୍ତି , ଆଜିଠୁ ଇଭି ଗାଡିରେ ଯିବା ଆସିବା କରିବି। ମିତବ୍ୟୟତା ନିଜ ଠାରୁ ଆରମ୍ଭ କରିବି । ପ୍ରତି ବିଭାଗରେ ଥିବା ଗାଡିର ୫୦ ପ୍ରତିଶତ ଗାଡିକୁ ଇଭି ରେ କନଭର୍ଟ କରାଯିବ।ଏହାସହ ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ । ଇଭି ଚାର୍ଜିଂ ଷ୍ଟେସନ କମ୍ପାନୀ ସହିତ ପ୍ରାଥମିକ ଆଲୋଚନା ଶେଷ ହୋଇଛି । ୧୦୦ଟି ଚାର୍ଜିଂ ଷ୍ଟେନସ ପାଇଁ ନିର୍ଦେଶ ଦିଆଯାଇଥିବାବେଳେ ୩୦ଟି ଶେଷ ହେଇଛି l ୧୫ ଟି ଷ୍ଟେସନ କେବଳ ଭୁବନେଶ୍ୱରରେ କରାଯିବ । ଇଭି ଗାଡିର ବ୍ରବହାର ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖମନ୍ତ୍ରୀଙ୍କ ଆଗ୍ରହ ଅଛି ।

ଇଭି ଗାଡିର ବ୍ୟବହାର ଦ୍ୱାରା ପରିବେଶ ସୁରକ୍ଷା ସହ ସଞ୍ଚୟ ବି ହେବ। ପ୍ରକୃତି ପରିବେଶ ସନ୍ତୁଳିତ ପାଇଁ ଇଭିର ବ୍ୟବହାର କରାଯିବ । ମୁଖ୍ୟମନ୍ତ୍ରୀ ତାଙ୍କ କାରକେଡ଼ ଅଧା କରିସାରିଛନ୍ତି । ମନ୍ତ୍ରୀମାନେ ମଧ୍ୟ ସମାନ ନୀତି ଆପଣାଇବେ । ଆଜିଠୁ ଇଭି ଗାଡିରେ ଯିବେ ବୋଲି କହିଛନ୍ତି ନିଜେ ପରିବହନ ମନ୍ତ୍ରୀ ।  ଆବଶ୍ୟକ ନ ଥିଲେ ବସରେ ଯିବେ ବୋଲି ମନ୍ତ୍ରୀ କହିଛନ୍ତି ।

 

Tags: