ସବୁ ବିରୋଧୀ ମିଶି ଗୋଟିଏ ଦଳ ଗଢନ୍ତୁ - ମନମୋହନ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ କଂଗ୍ରେସ-ବିଜେଡି ମେଣ୍ଟ ହେବା ଚର୍ଚ୍ଚା କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ସବୁ ବିରୋଧୀ ଦଳ ଏକାଠି ହୁଅନ୍ତୁ। ବିଜେଡି-କଂଗ୍ରେସ ମେଣ୍ଟକୁ ନେଇ କିଛି କହିବା ଠିକ ନୁହେଁ । ସବୁ ବିରୋଧୀ ମିଶି ଗୋଟିଏ ଦଳ ଗଢନ୍ତୁ। ଗଣତନ୍ତ୍ର ପାଇଁ ଏକ ଶକ୍ତିଶାଳୀ ବିରୋଧୀ ସବୁବେଳେ ଶୁଭଙ୍କର । ସବୁ ବିରୋଧୀ ଦଳ ଏକାଠି ହୋଇ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରନ୍ତୁ । ବିରୋଧ ପାଇଁ ବିରୋଧ ନକରି ଗଠନ ମୂଳକ ପ୍ରସ୍ତାବ ଦିଅନ୍ତୁ ବୋଲି ମନମୋହନ ସାମଲ କହିଛନ୍ତି ।
ସୂଚନାନୁସାରେ, ୨୦୨୭ରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ, ଗତକାଲି ପିସିସି ସଭାପତି ଭକ୍ତ ଚରଣ ଦାସ ଦେଇଥିଲେ ବଡ଼ ବୟାନ । ସେ କହିଥିଲେ ପଞ୍ଚାୟତ ନିର୍ବାଚନରେ ବିଜେଡି ସହିତ କଂଗ୍ରେସ ମିଶିବାର ନାହିଁ । ଯଦି ଖଡ୍ଗେ ଜୀ ଏବଂ ରାହୁଲ ଗାନ୍ଧୀ ଚାହିଁବେ । ଆଉ ଏପଟେ ବିଜେଡି ସୁପ୍ରିମୋ ବି ଯଦି ଚାହିଁବେ । ତେବେ ମେଣ୍ଟ ନେଇ କିଛି ଘଟିପାରେ । ରାଷ୍ଟ୍ରର ହିତ ପାଇଁ ବିଜେଡି ସହିତ କଂଗ୍ରେସ ମିଶି ଓଡ଼ିଶା ସେର୍କୁଲାର ପାର୍ଟି ତିଆରି ହେଲେ ଆମର କିଛି ଆପତ୍ତି ନାହିଁ । ମାତ୍ର ପଞ୍ଚାୟତ ନିର୍ବାଚନରେ ସେମିତି କିଛି ହେବାର ନାହିଁ । ଆମେ ଏକାକି ଲଢିବା ନେଇ ପ୍ରସ୍ତୁତ ଅଛୁ । ଆଗାମୀ ଦିନରେ କଣ ହେବ,ତାହା ହାଇକମାଣ୍ଡ ହିଁ ନିଷ୍ପତ୍ତି ନେବେ । ତେବେ ମେଣ୍ଟ ପ୍ରସଙ୍ଗରେ ଉଭୟ ଦଳ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିର ରଖି କଂଗ୍ରେସ ନିଜର ସଂଗଠନ ସୁଦୃଢ କରୁଛି ।
ସେହିପରି ମୋକ୍କିମଙ୍କ ନୂଆ ଦଳ ଗଢିବାକୁ ନେଇ କହିଛନ୍ତି ଇତିହାସ ପଢନ୍ତୁ, ଭବିଷ୍ୟତକୁ ଅପେକ୍ଷା କରନ୍ତୁ । ସମସ୍ତଙ୍କର ଅଧିକାର ଅଛି, ଗଣତାନ୍ତ୍ରିକ ଦେଶରେ ନିଜର ମତ ସାବ୍ୟସ୍ତ କରିବା ପାଇଁ ପଦକ୍ଷେପ ନେଇ ପାରିବେ । ରାଜନୈତିକ ଦଳ କରିବାକୁ କାହାକୁ ମନା ନାହିଁ । ଭବିଷ୍ୟତ ନିର୍ଦ୍ଧାରଣ କରିବ, କଣ ହେବ କଣ ନ ହେବ । ବିଜେପି ଲମ୍ବା ସଂଘର୍ଷ କରି ଏ ସ୍ଥାନରେ ପହଁଚିଛି ।



