୨୦ରେ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ ରହିବ

୨୦ରେ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ ରହିବ
Samaya Live News Picture
Published On

ଭୁବନେଶ୍ବର : ଅନ୍‌ଲାଇନ୍‌ରେ ଔଷଧ ବିକ୍ରିକୁ କଡା ବିରୋଧ । ପ୍ରତିବାଦରେ ଆସନ୍ତା ୨୦ରେ ଓଡ଼ିଶାରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିବ । ଏ ନେଇ ନିଷ୍ପତ୍ତି ନେଇଛି ଉତ୍କଳ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ୍ । ଦେଶରେ ମଧ୍ୟ କେତେକ ସ୍ଥାନରେ 24 ଘଣ୍ଟା ଧରି ଔଷଧ ଦୋକାନ ବନ୍ଦ ରହିବ ବୋଲି ନିଷ୍ପତି ନେଇଛି ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ (AIOCD)।

ଡ୍ରଗ୍ସ ଆଣ୍ଡ୍ କସ୍‌ମେଟିକ୍ ନିୟମ ଅନୁଯାୟୀ ଅନ୍‌ଲାଇନ୍‌ରେ ଔଷଧ ବିକ୍ରୟର କୌଣସି ପ୍ରାବଧାନ ନାହିଁ । କୋଭିଡ୍ ସମୟରେ ପରିସ୍ଥିତିକୁ ନଜରରେ ରଖି ଭାରତ ସରକାର ଜରୁରୀ ବିଜ୍ଞପ୍ତି ମାଧ୍ୟମରେ ଔଷଧ ଅନ୍‌ଲାଇନ୍‌ରେ ଦେବା ପାଇଁ ଅନୁମତି ପ୍ରଦାନ କରିଥିଲେ । ହେଲେ ଆଜି ସ୍ଥିତି ସୁଧୁରି ଯିବା ପରେ ମଧ୍ୟ ତାହାକୁ ପ୍ରତ୍ୟାହାର କରିନାହାନ୍ତି । ଯାହାଫଳରେ ଆମର ୩୦ ହଜାର ସଭ୍ୟଙ୍କ ବ୍ୟାପାରରେ ବ୍ୟାଘାତ ସୃଷ୍ଟି ହେଉଛି ।ଅନେକ ଆପତ୍ତିଜନକ ଔଷଧ ଯାହା ବିନା ଡାକ୍ତରୀ ଚିଠାରେ ବିକ୍ରି ହେବାକଥା ନୁହେଁ ତାହା ମଧ୍ୟ ଅନ୍‌ଲାଇନ୍‌ରେ ବିକ୍ରି ହେଉଛି ବୋଲି ଅଭିଯୋଗ ଆଣି ଏହି ନିଷ୍ପତ୍ତି ନେଇଛି UCDA । ଅନ୍‌ଲାଇନ୍‌ ରେ ଔଷଧ ବିକ୍ରି ସମ୍ପର୍କରେ ତୁରନ୍ତ ଗାଇଡଲାଇନ ଆଣିବାକୁ ସରକାରଙ୍କୁ ଅପିଲ କରିଛି ସଂଘ ।

 

Tags: