ବାରିପଦାରେ ଆରମ୍ଭ ହେବ ଏୟାର ଟାକ୍ସି ସେବା
By: Samaya Live News
ବାରିପଦା : ମୟୁରଭଞ୍ଜରେ ଆରମ୍ଭ ହେବ ଏୟାର ଟାକ୍ସି ସେବା । ମାର୍ଚ୍ଚ ପ୍ରଥମ ସପ୍ତାହରେ ବାରିପଦାରୁ ଭୁବନେଶ୍ଵର ଯାଏଁ ଏୟାର ଟ୍ୟାକ୍ସି ସେବା ଆରମ୍ଭ ହେବାକୁ ଯାଉଛି । ଏନେଇ ଆଜି ପୱନ ହଂସ କମ୍ପାନୀ ପକ୍ଷରୁ ଟ୍ରାଏଲ ରନ୍ ହୋଇଛି । ପରୀକ୍ଷାମୂଳକ ଲ୍ୟାଣ୍ଡିଂ ପରେ ଜିଲ୍ଲା ପୋଲିସ ଓ ଜିଲ୍ଲା ପର୍ଯ୍ୟଟନ ବିଭାଗ ସହିତ ଆଲୋଚନା କରିଛନ୍ତି ପୱନ ହଂସ କମ୍ପାନୀର କର୍ମକର୍ତ୍ତା । ବାରିପଦା ପୋଲିସ ଲାଇନ ହେଲିପ୍ୟାଡ ଠାରୁ ଭୁବନେଶ୍ଵର ବିମାନ ବନ୍ଦରକୁ ଏହି ସେବା ମିଳିବ । ବର୍ତ୍ତମାନ ପାଇଁ ମାସକୁ ୪ ରୁ ୫ ଥର ଉଡାଣ ଭରିବ ହେଲିକପ୍ଟର ।
ସମ୍ବନ୍ଧିତ ଖବର ରିମାଣ୍ଡରେ ଯିବ ଫେରାର କଏଦୀ ମଧୁକାନ୍ତ ରାଣା
ରାଜ୍ୟ ବାଣିଜ୍ୟ , ପରିବହନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଲୋଚନା କରାଯାଇଛି । ଭୁବନେଶ୍ଵରରୁ ପର୍ଯ୍ୟଟକ ମାନଙ୍କୁ ଆଣି ବାରିପଦା ପହଁଚାଇବା ଓ ଶିମିଳିପାଳ ପାଦଦେଶ ଲୁଲୁଙ୍ଗ ଠାରେ ରହଣୀ ବ୍ୟବସ୍ଥା କରିବାର ବ୍ୟବସ୍ଥା କରାଯାଇଛି । ଏହି ସେବା ଆରମ୍ଭ ଫଳରେ ମୟୁରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ, ବାଣିଜ୍ୟ ଓ ଏମରଜେନ୍ସିରେ ଉନ୍ନତ ସେବା ମିଳିପାରବ ।
ସମ୍ବନ୍ଧିତ ଖବର କୋଲାବ ପୋଲ ଭାଙ୍ଗି ଯାତାୟାତ ବାଧାପ୍ରାପ୍ତ
Tags:



