ମାର୍ଚ୍ଚ ଶେଷରୁ ମାଲକାନଗିରିରୁ ବିମାନ ସେବା ଆରମ୍ଭ

ମାର୍ଚ୍ଚ ଶେଷରୁ ମାଲକାନଗିରିରୁ ବିମାନ ସେବା ଆରମ୍ଭ

ମାଲକାନଗିରି : ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ବିମାନ ବନ୍ଦର ଲୋକାର୍ପଣ ପରେ ଆକାଶ ମାର୍ଗରେ ଯୋଡ଼ି ହୋଇଛି ମାଲକାନଗିରି। ମାର୍ଚ୍ଚ ଶେଷ ସୁଦ୍ଧା ମାଲକାନଗିରି ବିମାନ ବନ୍ଦରରୁ ନିୟମିତ ଭାବେ ଉଡ଼ିବ ବିମାନ । ଏଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଟିମ୍ ଏବଂ ଇଣ୍ଡିଆ ୱାନ ଏୟାର କମ୍ପାନୀର ଏକ ବୈଷୟିକ ଟିମ ମାଲକାନଗିରି ବିମାନ ବନ୍ଦର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟ ସରକାରଙ୍କ ବେସାମରିକ ବିମାନ ଚଳାଚଳ ଆଡଭାଇଜର ସୁରେଶ ଚନ୍ଦ୍ର ହୋତା ଏବଂ ସୁରକ୍ଷା ପରାମର୍ଶଦାତା ମନୋଜ କୁମାର ଦାଶଙ୍କ ନେତୃତ୍ବରେ ଏକ ଟିମ ମାଲାକନଗିରି ବିମାନ ବନ୍ଦରକୁ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି ।

ସମ୍ବନ୍ଧିତ ଖବର ଉପାସନାଙ୍କ ଭୋଟ ସମ୍ପୂର୍ଣ୍ଣ ବେଆଇନ - ନବୀନ

ଇଣ୍ଡିଆ ୱାନ ଏୟାର ପାଇଲଟ୍, କ୍ୟାପଟେନ୍‌ଙ୍କୁ ନେଇ ଏକ ବୈଷୟିକ ଦଳ ବିମାନ ବନ୍ଦରର ରନୱେ ଠାରୁ ଆରମ୍ଭ କରି ବିଭିନ୍ନ ଆନୁସାଙ୍ଗିକ ବ୍ୟାବସ୍ଥା ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଖୁବଶୀଘ୍ର ଇଣ୍ଡିଆ ୱାନ୍ ଏୟାର ଯାତ୍ରବାହୀ ବିମାନର ଟ୍ରାଏଲ ରନ୍ ହେବା ନେଇ ସୂଚନା ମିଳିଥିବାବେଳେ ମାର୍ଚ୍ଚ ଶେଷ ପୁର୍ବରୁ ମାଲକାନଗିରି ଜିଲ୍ଲାରୁ ନିୟମିତ ବିମାନ ଉଡ଼ିବା ନେଇ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।୨୦୨୪ଜାନୁଆରୀ ୯ ତାରିଖ ମଙ୍ଗଳବାର ଉଦଘାଟିତ ହୋଇଥିଲା ମାଲକାନଗିରି ବିମାନ ବନ୍ଦର।           

ସମ୍ବନ୍ଧିତ ଖବର ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ନିର୍ଦ୍ଦେଶ - ମନ୍ତ୍ରୀ

Tags: