ବାୟୁ ପ୍ରଦୂଷଣ ପାଇଁ ଭୁବନେଶ୍ୱରରେ ଲାଗିବ ଏୟାର ପ୍ୟୁରିଫାୟର

ବାୟୁ ପ୍ରଦୂଷଣ ପାଇଁ ଭୁବନେଶ୍ୱରରେ ଲାଗିବ ଏୟାର ପ୍ୟୁରିଫାୟର

ଭୁବନେଶ୍ୱର : ଚରମ ସ୍ତରରେ ପହଞ୍ଚିଲାଣି ଓଡ଼ିଶାର ବାୟୁ ପ୍ରଦୂଷଣ । ବାୟୁ ପ୍ରଦୂଷଣ ପାଇଁ ଭୁବନେଶ୍ୱରରେ ଲାଗିଯିବ ଏୟାର ପ୍ୟୁରିଫାୟାର (ବାୟୁ ଶୋଧକ ଯନ୍ତ୍ର) । ଏଥିପାଇଁ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ଇ ସହରର ପ୍ରମୁଖ ସ୍ଥାନ ଜୟଦେବ ବିହାର ଏବଂ ଏଜି ଛକରେ ପ୍ରାଥମିକ ଭାବେ ଏହି ଏୟାର ପ୍ୟୁରିଫାୟର୍ ଲଗାଇବ ବିଏମ୍ସି । ମେୟର କହିଛନ୍ତି ଯେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ଆଲୋଚନା କରାଯାଇଛି । ଏହା ପରେ ମେସିନ କିଣାଯାଇ ଲଗାଯିବ । ଫଳରେ ଭୁବନେଶ୍ୱରବାସୀ ବିଷାକ୍ତ ବାୟୁ କବଳରୁ ରକ୍ଷା ପାଇବେ ।

ସମ୍ବନ୍ଧିତ ଖବର ଶିଶୁ ଭବନ ଓଭର ବ୍ରିଜ କାର ଦୁର୍ଘଟଣାରେ ନୀଳାଦ୍ରି ବିହାର ମର୍ଡର ଲିଙ୍କ !

 ମେୟର ପୁଣି କହିଛନ୍ତି ଭୁବନେଶ୍ୱରରେ ଯେଉଁଠି ସଫେଇ କରାଯାଉଛି ସେଠାରେ ପାଣି ସିଞ୍ଚନ କରାଯାଉଛି । ସହର ବାୟୁ ପ୍ରଦୂଷଣ ମୁଖ୍ୟ ସମସ୍ୟା ହୋଇ ଆଗକୁ ମୁଣ୍ଡ ଟେକିବ । ତେଣୁ ଲୋକମାନେ ପ୍ରଥମେ ସଚେତନ ହେବାର ଆବଶ୍ୟକତା ରହିଛି । ଘର ପିଛା ୪ରୁ୫ ଗାଡି କିଣୁଛନ୍ତି । ଏହା ଦ୍ୱାରା ଭୁବନେଶ୍ୱରେ ବାୟୁ ପ୍ରଦୂଷଣ ବଢିଚାଲିଛି । ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୩୦୦ ପାର କଲାଣି । ଆଜି ପଟିଆ ଏକ୍ୟୁଆଇ ୨୨୨ ରହିଥିବା ବେଳେ ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ୨୪୨ ରହିଛି ।

ସମ୍ବନ୍ଧିତ ଖବର ଚିକିତ୍ସା ପାଇଁ ଏମକେସିଜି ମେଡିକାଲ ଗଲେ ବିକ୍ରମ ପଣ୍ଡା

ସୂଚନାନୁସାରେ,ଓଡ଼ିଶାର ଅନୁଗୋଳ, ତାଳଚେର, ବାଲେଶ୍ବର, କଟକ, ଭୁବନେଶ୍ବର ଏବଂ ବାରିପଦା ରହୁଛି। ଦିନେ ଦିନେ ଦିଲ୍ଲୀ ସହରକୁ କାଟି ପ୍ରଥମ ସ୍ଥାନ ଅଧିକାର କରୁଛି ଓଡ଼ିଶା। ବାୟୁ ପ୍ରଦୂଷଣ ବଢ଼ିବାକୁ ନେଇ ପରିବେଶବିତ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର ନକ୍ସଲ ମୁକ୍ତ ହେଉଛି ଓଡିଶା - ମୁଖ୍ୟମନ୍ତ୍ରୀ

Tags: