ପ୍ରେମ ପ୍ରତାରଣା ଅଭିଯୋଗରେ ଏୟାରଫୋର୍ସ ଯବାନ ଗିରଫ
ଭୁବନେଶ୍ୱର : ମାର୍କେଟ ବିଲ୍ଡିଂ ଅଞ୍ଚଳରୁ ଏୟାରଫୋର୍ସ ଯବାନ ଗିରଫ । ପ୍ରେମ ପ୍ରତାରଣା ଅଭିଯୋଗରେ ଯବାନଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ । ତାଙ୍କ ନାଁ ଗୋଲୋକ ବିହାରୀ ଦୀକ୍ଷିତ ଓରଫ ଗୋପାଳ । ଘର ନୟାଗଡ଼ ଇଟାମାଟିରେ ବୋଲି ସୂଚନା ମିଳିଛି । ସେ ଲଦାଖରେ ଗ୍ରାଉଣ୍ଡ ଷ୍ଟାଫ ଭାବରେ କାର୍ଯ୍ୟରତ ଅଛନ୍ତି । ବଡ଼ଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ପରବର୍ତୀ ସମୟରେ ଆଉ ଧାରା ଛୁଆଁ ଦେଇନଥିଲେ । ଆସନ୍ତା କାଲି ସେ ଲଦାଖ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ ଆଜି ପୋଲିସ ହାତରେ ଧରାପଡ଼ିଛନ୍ତି । ତାଙ୍କ ବିରୋଧରେ ବିଏନଏସ୍ ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି ।
ବିଜେବି କଲେଜରେ ପାଠ ପଢୁଥିବା ସମୟରେ ଗୋଲକଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା । ତେବେ ବିବାହ ପ୍ରତିଶୃତି ଦେଇ ପରବର୍ତ୍ତୀ ସମୟରେ ଗୋଲକ ଯୁବତୀଙ୍କ ଠାରୁ ଦୁରେଇ ଯାଇଥିଲେ । ଏନେଇ ଯୁବତୀ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଆଜି ଗିରଫ କରାଯାଇଛି ।


