ଝାରସୁଗୁଡା ବିମାନ ବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା

ଝାରସୁଗୁଡା ବିମାନ ବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା
Samaya Live News Picture
Published On

ଝାରସୁଗୁଡା : ପଶ୍ଚିମାଞ୍ଚଳ ବ୍ୟବସାୟୀଙ୍କ ପାଇଁ ଆହୁରି ଶୀଘ୍ର ହେବ ପରିବହନ ସେବା । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା । ଏହା ଦ୍ବାରା ଜିଲ୍ଲାରେ ପାୱାର ପ୍ଲାଣ୍ଟ ବାଦ ଦେଲେ ଅନ୍ୟ ଶିଳ୍ପର ବିସ୍ତାର ହୋଇପାରିବ । ଏନେଇ ଏକ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା ହୋଇଛି । ପ୍ରାଥମିକ ପର୍ୟ୍ୟାୟରେ କ୍ଷୁଦ୍ର ଏୟାର କାର୍ଗୋ ପରେ ଆବଶ୍ୟକତା ଅନୁଯାୟୀ ବୃହତ ଏୟାର କାର୍ଗୋ ପରିବହନ କରାଯିବ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ । ଭୁବନେଶ୍ୱର - ନାଗପୁର ପରେ ଆଉ କୌଣସି ବିମାନବନ୍ଦରରେ କାର୍ଗୋ ସେବା ଉପଲବ୍ଧ ନାହିଁ ।  ବିଶେଷ କରି ଖୁବ୍‌ଶୀଘ୍ର ନଷ୍ଟ ହୋଇଯାଉଥିବା ସାମଗ୍ରୀକୁ ସ୍ଥାନାନ୍ତର କରିବାରେ ସହାୟକ ହେବ । ଏୟାର କାର୍ଗୋ ଆସିଲେ ଝାରସୁଗୁଡ଼ା ସହ ପଶ୍ଚିମ ଓଡ଼ିଶାରେ ନିବେଶ ଓ ବ୍ୟବସାୟ ବଢ଼ିବ । ଏୟାର କାର୍ଗୋ ସେବା ଦ୍ବାରା ଝାରସୁଗୁଡ଼ାରୁ ସିଧାସଳଖ ଦେଶ ଓ ବିଦେଶକୁ ପଠାଯାଇ ପାରିବ ସାମଗ୍ରୀ ।

Tags: