ସରକାରୀ ସ୍ତରରେ ବ୍ୟାପକ ବ୍ୟବହାର ହେବ AI

ସରକାରୀ ସ୍ତରରେ ବ୍ୟାପକ ବ୍ୟବହାର ହେବ AI
Samaya Live News Picture
Published On

ଭୁବନେଶ୍ବର : AI କରିବ ସରକାରୀ କାମ । ଏଣିକି ସରକାରୀ ସ୍ତରରେ ବ୍ୟାପକ ବ୍ୟବହାର ହେବ AI (କୃତ୍ରିମ ବୁଦ୍ଧିମତ୍ତା)। ସରକାରୀ ଫାଇଲ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ରିପୋର୍ଟ ପ୍ରସ୍ତୁତି , ତଥ୍ୟ ବିଶ୍ଳେଷଣ ଓ ପ୍ରକଳ୍ପ ସମୀକ୍ଷା ଆଦି ସମସ୍ତ କାର୍ଯ୍ୟରେ ସହଯୋଗ କରିବ AI । ଏଥିପାଇଁ ChatGPT Plus, Google AI Pro, Google One କିଣିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରସ୍ତାବ । ଅଧିକ କ୍ଲାଉଡ୍ ଷ୍ଟୋରେଜ୍, ଉନ୍ନତ ଭିଡିଓ କନଫରେନ୍ସିଂ ଏବଂ AI ସେବା ପାଇଁ ଆର୍ଥିକ ମଞ୍ଜୁରୀ ଲୋଡ଼ିଲା ବିଭାଗ । ଇଞ୍ଜିନିୟର-ଇନ୍-ଚିଫ୍ (ଗ୍ରାମ୍ୟ କାର୍ଯ୍ୟ) କାର୍ଯ୍ୟାଳୟ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କୁ ପତ୍ର ଲେଖାଯାଇ ପ୍ରଶାସନିକ ଅନୁମୋଦନ କରିବାକୁ ଅନୁରୋଧ କରାଯାଇଛି ।

ସୂଚନାନୁସାରେ, PMGSY ଅଧୀନରେ ରାଜ୍ୟରେ ସଡ଼କ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟବସ୍ଥା ସହ ଯୋଡ଼ାଯାଉଛି । ପ୍ରକଳ୍ପଗୁଡ଼ିକର ରିଅଲ୍-ଟାଇମ୍ ମନିଟରିଂ, ତଥ୍ୟ ବିଶ୍ଳେଷଣ ଓ ଦ୍ରୁତ ନିଷ୍ପତ୍ତି ଗ୍ରହଣକୁ ବର୍ତ୍ତମାନ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହା ସହ ପ୍ରତିଦିନ ବିପୁଳ ପରିମାଣର ଡିଜିଟାଲ ତଥ୍ୟ ସୃଷ୍ଟି ହେଉଥିବାରୁ ବର୍ତ୍ତମାନର ମାଗଣା ଡିଜିଟାଲ ସୁବିଧା ପର୍ଯ୍ୟାପ୍ତ ହେଉନାହିଁ ।

ସୂଚନା ଅନୁସାରେ, PMGSY ଅଧୀନରେ ରାଜ୍ୟରେ ସଡ଼କ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟବସ୍ଥା ସହ ଯୋଡ଼ାଯାଉଛି । ପ୍ରକଳ୍ପଗୁଡ଼ିକର ରିଅଲ୍-ଟାଇମ୍ ମନିଟରିଂ, ତଥ୍ୟ ବିଶ୍ଳେଷଣ ଓ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR), ନିର୍ମାଣ କାର୍ଯ୍ୟର ଫଟୋ, ଜିଓ-ଟ୍ୟାଗ୍ ରେକର୍ଡ ଓ ଆର୍ଥିକ ତଥ୍ୟର ପରିମାଣ ଦିନକୁ ଦିନ ବଢ଼ୁଥିବାରୁ ଦ୍ରୁତ ନିଷ୍ପତ୍ତି ଗ୍ରହଣ ଉପରେ ବର୍ତ୍ତମାନ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହା ସହିତ ପ୍ରତିଦିନ ବହୁ ପରିମାଣର ଡିଜିଟାଲ ତଥ୍ୟ ସୃଷ୍ଟି ହେଉଛି । ଉଚ୍ଚମାନର ସଡ଼କ ଆଲାଇନ୍ମେଣ୍ଟ ମାନଚିତ୍ର,  ବର୍ତ୍ତମାନର ମାଗଣା ଡିଜିଟାଲ ସୁବିଧା ଆଉ ପର୍ଯ୍ୟାପ୍ତ ହେଉନାହିଁ ।

ଏଭଳି ପରିସ୍ଥିତିରେ ବିଭାଗ ପକ୍ଷରୁ ପ୍ରିମିୟମ୍ କ୍ଲାଉଡ୍ ଷ୍ଟୋରେଜ୍, ଉନ୍ନତ ଭିଡିଓ କନଫରେନ୍ସିଂ ସୁବିଧା ଓ AI ଆଧାରିତ କାର୍ଯ୍ୟ ସହାୟକ ସେବାକୁ ଅନ୍ତର୍ଭୁକ୍ତ କରିବାର ପ୍ରସ୍ତାବ ଦିଆଯାଇଛି । ପ୍ରସ୍ତାବଟିକୁ ମଞ୍ଜୁରି ମିଳିଲେ, ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ପରିଚାଳନାରେ AI ଓ ଆଧୁନିକ ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର ଆହୁରି ବ୍ୟାପକ ହେବ ବୋଲି ଆଶା କରାଯାଉଛି।

 

 

Tags: