ଜଙ୍ଗଲ ନିଆଁକୁ ରୋକୁଛି AI - ମନ୍ତ୍ରୀ

ଜଙ୍ଗଲ ନିଆଁକୁ ରୋକୁଛି AI  - ମନ୍ତ୍ରୀ

ଭୁବନେଶ୍ୱର : AI ଦ୍ୱାରା ଜଙ୍ଗଲ ନିଆଁକୁ ରୋକାଯାଇପାରୁଛି । ଆଗକୁ ମଧ୍ୟ ଜଙ୍ଗଲ ନିଆଁକୁ AI ରୋକିବ I ଜଙ୍ଗଲ ନିଆଁକୁ ଟ୍ରାକିଙ୍ଗ କରୁଛି ଜିପିଏସ । ମାଟିର ଉର୍ବରତା ପାଇଁ ଘଞ୍ଚ ଜଙ୍ଗଲରେ ନିଆଁ ଲଗାଯାଉଛି । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ  । ଜୀବଜନ୍ତୁଙ୍କ ମୃତ୍ୟୁ ହାର କମିଛି, ଘଞ୍ଚ ଜଙ୍ଗଲରେ ନିଆଁ କମିଛି ବୋଲି ମନ୍ତ୍ରୀ କହିଛନ୍ତି ।

Read More ୨ ଦିନିଆ ରିମାଣ୍ଡରେ ଗଲା ଅରବିନ୍ଦ ଦାସ

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, କିଛି ସ୍ଥାନରେ ଆଦିବାସୀ ମାନେ ଜଙ୍ଗଲରେ ନିଆଁ ଲଗାଇଥାନ୍ତି । ମକର ପରେ ପରେ ନିଜ ଜମିର ଉର୍ବରତା ବଢାଇବା ପାଇଁ ସେମାନେ ଜଙ୍ଗଲ ପୋଡ଼ିଥାନ୍ତି । ଏବେ ଜିପିଏସ ସିଷ୍ଟମ ଦ୍ୱାରା ନିଆଁକୁ ଟ୍ରକିଂ କରାଯାଉଛି । ଆଧୁନିକ ଜ୍ଞାନ କୌଶଳ ଏଆଇର ବ୍ୟବହାର କରାଯାଇ ଜଙ୍ଗଲ ନିଆଁକୁ ରୋକାଯାଇ ପାରୁଛି ଏବଂ ଶିକାରୀଙ୍କୁ ମଧ୍ୟ ରୋକାଯାଇ ପାରୁଛି । 

Read More ମହାଶିବରାତ୍ରି ପୂର୍ବରୁ ସରିବ ଏକାମ୍ର ପ୍ରକଳ୍ପ କାର୍ଯ୍ୟ

ଅନ୍ୟପଟେ,ଗତ ଗତ ୧୭ ମାସରେ ୪ ହଜାର ୬୦୯ ହେକ୍ଟର ଜଙ୍ଗଲ ନିଆଁରେ ଆଁରେ ଆସି କ୍ଷତିଗ୍ରସ୍ତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ୫୨,୪୩୩.୫୬ ବର୍ଗ କିଲୋମିଟର ଜଙ୍ଗଲ ରହିଛି । ଗତ ଜୁଲାଇ ୨୦୨୪ରୁ ଆଜିଯାଏଁ ୪ ହଜାର ୬୦୯ ହେକ୍ଟର ଜଙ୍ଗଲ ନିଆଁରେ କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟରେ  ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବନୀକରଣ କାର୍ଯ୍ୟକ୍ରମ ଜାରି ରହିଛି । ୨ ବର୍ଷରେ ଚାରରୋପଣ ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ବିଗତ ୨୦୨୪- ୨୫ ଆର୍ଥିକ ବର୍ଷରେ ୩୦,୯୨୧.୧୪ ହେକ୍ଟର ଜଙ୍ଗଲ ଜମିରେ ୧୯୭.୭୮ ଲକ୍ଷ ଚାରା ଓ ୨୦୨୫-୨୬ ଆର୍ଥିକ ବର୍ଷରେ ୨୫,୯୫୯.୬୩  ହେକ୍ଟର ଜଙ୍ଗଲ ଜମିରେ ୨୦୫.୧୦ ଲକ୍ଷ ଚାରା ରୋପଣ ହୋଇଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ । 

Read More ବିଜେପିରେ ମିଶିବେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ !

Tags: