କଲେଜରେ ଆରମ୍ଭ ହେବ AI ଶିକ୍ଷା
ଭୁବନେଶ୍ୱର : AI ଶିକ୍ଷାକୁ ମିଳିବ ଉଡାଣ। କଲେଜରେ ଆରମ୍ଭ ହେବ AI ଶିକ୍ଷା। ଉଚ୍ଚ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ 'AI for ALL' ପାଠ୍ୟକ୍ରମ। ରମାଦେବୀ ବିଶ୍ୱବିଦ୍ୟାଳୟରେ AI & ROBOTICS CENTER of EXCELLENCE ଖୋଲାଯାଇଛି। Odisha State Open University, ସମ୍ବଲପୁରରେ କଳା ସ୍ନାତକୋତର ଦ୍ଵିତୀୟ ସେମିଷ୍ଟାରରେ AI ପାଠ୍ୟକ୍ରମ ପଢା ଯାଉଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ।
ସେହିପରି ବିଶ୍ଵବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ମରୁଡ଼ି ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ୧୭ଟି ବିଶ୍ଵବିଦ୍ୟାଳୟରେ ୭୦୯ ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡ଼ିଛି। ୪୬୧ ଆସୋସିଏଟ୍ ଓ ୨୬୪ ପ୍ରଫେସର ପଦ ପୂରଣ ହୋଇନି। ଅଣଶିକ୍ଷକ ନିଯୁକ୍ତି ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ୨୩୨୫ ଅଣଶିକ୍ଷକ ପଦ ପୂରଣ କରିବା ବାକି ଅଛି।
Tags:



