ଜେଲରେ ଲାଗିବ AI କ୍ୟାମେରା
ଭୁବନେଶ୍ୱର : ଏଣିକି କଡାକଡି ହେବ ଜେଲର ସୁରକ୍ଷା ବ୍ୟବସ୍ଥା । ରାଜ୍ୟରେ ପ୍ରଥମ ଥର ପାଇଁ ଜେଲରେ ଲାଗିଲା AI କ୍ୟାମେରା । ଢେଙ୍କାନାଳ ଜେଲରେ ସଫଳ ହେଲା ପରୀକ୍ଷଣ । ଜେଲ ଭିତରକୁ ବାହ୍ୟ ପଦାର୍ଥ ଫିଙ୍ଗିଲେ ତୁରନ୍ତ ଡିଟେକ୍ଟ ହେବ ଜିନିଷ । ଏହା ସହ ଜେଲ ଭିତରୁ ଅବାଧ ନିଶା କାରବାରକୁ ରୋକାଯାଇ ପାରିବ । ପ୍ରଥମ ପର୍ଯ୍ୟାୟ ସଫଳ ପରିକ୍ଷଣ ପରେ ଆଗକୁ ଅନ୍ୟ ଜେଲରେ ଲାଗିବ । ଫଳରେ ଆଗକୁ କଏଦୀଙ୍କ ଫେରାର ରୋକାଯାଇ ପାରିବ । ଏପରିକି କଏଦୀଙ୍କ ମଧ୍ୟରେ କୌଣସି ସଂଦେହ ଜନକ ଗତିବିଧି ହେଲେ ବଜର୍ ବାଜିବ । ଏହା ଦ୍ବାରା ଜେଲ କର୍ତ୍ତୃପକ୍ଷ ଆଲର୍ଟ ହୋଇପାରିବେ ।
ପ୍ରଥମ ପର୍ଯ୍ୟାୟରେ ୧୮ଟି ଜେଲରେ AI କ୍ୟାମେରା ଲଗାଇବାକୁ ଯୋଜନା ରହିଛି । ପ୍ରତି ଜେଲରେ ୧୬ଟି ଲେଖାଏଁ ଲଗାଇବାକୁ ଯୋଜନା ରହିଛି । ଦ୍ୱୀତିୟ ପର୍ଯ୍ୟାୟରେ ୪ଟି ବଡ଼ ଜେଲରେ ଲାଗିବ କ୍ୟାମେରା । ସେଠାରେ ୩୨ଟି ଲେଖାଏଁ କ୍ୟାମେରା ଲାଗିବ । ଏଗୁଡିକ ମଧ୍ୟରେ ଝାରପଡ଼ା,ଚୋଦ୍ବାର,ସମ୍ବଲପୁର ,ବ୍ରହ୍ମପୁର ଜେଲ ରହିଛି ।
ଏନେଇ ସୂଚନା ଦେଇଛନ୍ତି ବୀରେନ ସାହୁ । ସେ କହିଛନ୍ତି ଡ଼ିଜିଙ୍କ ନିର୍ଦ୍ଦେଶ କ୍ରମେ ଲଗାଯାଇଛି। ଜେଲରେ AI ପାଓ୍ବାରଡ ସିକ୍ୟୁରିଟି ସିଷ୍ଟମ ଲାଗୁ ହୋଇଛି । ବିଭିନ୍ନ ସମୟରେ ଜେଲକୁ ନଜର ଗତିବିଧି ରଖିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଏପରି ଲଗାଯାଇଛି ।
ପାଇଲଟ ପ୍ରୋଜେକ୍ଟରେ ଢେଙ୍କାନାଳ ଜେଲ ସଫଳ ହୋଇଛି । ଟେଷ୍ଟିଂ ସଫଳ ହୋଇଛି । ବାକି ୧୭ଟି ଜେଲରେ ଲଗାଇବାକୁ ନିର୍ଦୃଶ ଦିଆଯାଇଛି ।



