ଅନଲାଇନ୍ ଗାଡି ଚାଳକଙ୍କ ଆକ୍ରମଣାତ୍ମକ ଆନ୍ଦୋଳନ
ଭୁବନେଶ୍ୱର: ରାଜଧାନୀରେ ତୀବ୍ର ହୋଇଛି ଅନଲାଇନ ଗାଡି ଚାଳକଙ୍କ ଆନ୍ଦୋଳନ। ଆଜି ୩ୟ ଦିନରେ ଲୋୟର ପିଏମ୍ଜି ଓ ମାଷ୍ଟର କ୍ୟାଣ୍ଟିନ୍ ଛକରେ OLA, Uber ଓ Rapido ଚାଳକମାନେ ଏକାଠି ହୋଇ ଜୋରଦାର ପ୍ରତିବାଦ କରିଛନ୍ତି । ପ୍ରାପ୍ୟ ବୃଦ୍ଧି ସହ ସାମାଜିକ ସୁରକ୍ଷା ଦାବିରେ ଚାଳକମାନେ ଆକ୍ରମଣାତ୍ମକ ଏହି ଆନ୍ଦୋଳନ ଜାରି ରଖିଛନ୍ତି । ଆନ୍ଦୋଳନ କାରୀଙ୍କ ପଥର ମାଡ଼ରେ କେତେଜଣ ପୋଲିସ କର୍ମଚାରୀ ଆହତ ହେବା ସହିତ ଏକ ଆମ ବସ ର କାଚ ଭାଙ୍ଗି ଚୁରମାର କରିଦେଇଥିବା ସୂଚନା ମିଳିଛି । ବିମାନବନ୍ଦରରୁ ମାଷ୍ଟର କ୍ୟାଣ୍ଟିନ ଯାଏଁ ରାସ୍ତା ଯାମ ହେବା ସହ ଷଡ଼ଫାହରଣ ଲୋକେ ନାହିଁ ନଥିବା ହିନସ୍ଥା ହେଉଥିବା ଦେଖାଯାଇଥିଲା ଇ ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ପକ୍ଷରୁ ମୃତ୍ୟୁ ଲାଠି ଚାଳନା କରିବାକୁ ପଡିଥିଲା ଇ ଫଳରେ ମାଷ୍ଟର କ୍ୟାଣ୍ଟିନ ଠାରେ ପୋଲିସ ଏବଂ ଆନ୍ଦୋଳନ କାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଚାଳକମାନଙ୍କ ଅଭିଯୋଗ ଅନୁସାରେ, ଅନଲାଇନ୍ କ୍ୟାବ୍ ଓ ବାଇକ୍ ସେବାରେ ଦୀର୍ଘ ସମୟ କାମ କରିବା ସତ୍ତ୍ୱେ ଆୟ ଅନୁପାତରେ ଖର୍ଚ୍ଚ ବଢ଼ିଚାଲିଛି। ତେଣୁ ପ୍ରାପ୍ୟ ବୃଦ୍ଧି, ଉଚିତ ପାରିଶ୍ରମିକ ଏବଂ ସାମାଜିକ ସୁରକ୍ଷା ସୁବିଧା ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି । ଆନ୍ଦୋଳନ ଯୋଗୁଁ ରାଜଧାନୀର ବିଭିନ୍ନ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି ।




