ପୁରୀରେ ଖୋଲିବ ଏରୋପ୍ଲେନ ରେଷ୍ଟୁରାଣ୍ଟ

ପୁରୀରେ ଖୋଲିବ ଏରୋପ୍ଲେନ ରେଷ୍ଟୁରାଣ୍ଟ
Samaya Live News Picture
Published On

ପୁରୀ : ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର । ପୁରୀ ରେ ଖୋଲିବାକୁ ଯାଉଛି ଏକ ନିଆରା ରେଷ୍ଟୁରାଣ୍ଟ । ଏଣିକି ଏରୋପ୍ଲେନ ଭିତରେ ବସି ଖାଇବାର ମଜା ନେବେ ପର୍ଯ୍ୟଟକଙ୍କ ସହିତ ସ୍ଥାନୀୟ ବାସିନ୍ଦା । ପୁରୀ ସାତପଡ଼ା ରାସ୍ତାରେ ଆସନ୍ତା ତିନି ମାସ ମଧ୍ୟରେ ଏହି ରେଷ୍ଟୁରାଣ୍ଟ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ । ଯାହା ବାହାରୁ ଓ ଭିତରୁ ଦେଖିବାକୁ  ଅବିକଳ ଉଡ଼ାଜାହାଜ ଭଳି । ଏନେଇ ପୁରୀକୁ ଆସିଛି ଏକ ପୁରୁଣା ଅବ୍ୟବହୃତ ବିମାନର ଅଂଶବିଶେଷ । ଆଉ ସେଥିରେ ମୋନିଜି ଏଣ୍ଟରପ୍ରାଇଜେସ୍ ଲେଖା ରହିଛି । ଏହି ଏରୋପ୍ଲେନକୁ ଦେଖିବା ସହିତ ଲୋକମାନେ ନିଜ ମୋବାଇଲ ଫୋନରେ ଫଟୋ ଏବଂ ଭିଡିଓ ଉତ୍ତୋଳନ ସହ ସେଲଫି ନେଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ  ଏହି ଉଡ଼ାଜାହାଜକୁ ଶ୍ରୀସେତୁ ଛକ ନିକଟରେ ରଖାଯାଇଛି ।

Tags: