ବାଲିଯାତ୍ରା ପଡିଆକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କଲା ପ୍ରଶାସନ
କଟକ: ଐତିହାସିକ ବାଲିଯାତ୍ରା ଆରମ୍ଭ ହେବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଇ କଟକ ଜିଲ୍ଲା ପ୍ରଶାସନ । କଟକ ବାଲିଯାତ୍ରା ୨୦୨୬ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଯାତ୍ରା ପଡ଼ିଆ ଏବଂ ଏହାର ଆଖପାଖ ଅଞ୍ଚଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା କରାଯାଇଛି।ନଭେମ୍ବର ୨୪ରୁ ଡିସେମ୍ବର ୩ ଯାଏଁ ଡ୍ରୋନ୍ ଉଡ଼ାଣ ଉପରେ ଲାଗିଛି କଟକଣା । ବାଲିଯାତ୍ରାର ଉଭୟ ଉପର ଏବଂ ତଳ ପଡ଼ିଆର ୫ କିଲୋମିଟର ପରିଧି ମଧ୍ୟରେ ଡ୍ରୋନ୍ ଉଡ଼ାଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏଥିପାଇଁ BNSS ଧାରା ୧୬୩ ଲାଗୁ କରାଯାଇଛି । ଏହାସହ ବାଲିଯାତ୍ରା ସମୟରେ ରାତି ୧୧ଟା ପର୍ଯ୍ୟନ୍ତ ବାଜି ପାରିବ ନାହିଁ ଲାଉଡ୍ ସ୍ପିକର । ଶବ୍ଦ ପ୍ରଦୂଷଣ ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ । ଏଥିପାଇଁ ଜାରି ହୋଇଛି ନିର୍ଦେ୍ଦଶନାମା ।
ସୂଚନାନୁସାରେ, ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ମହାମହିମ ରାଷ୍ଟ୍ରପତି ଚଳିତବର୍ଷ ବାଲିଯାତ୍ରାକୁ ଉଦଘାଟନ୍ କରିବେ । ମହାମହିମଙ୍କ ଗସ୍ତରେ ସୁରକ୍ଷାକୁ ନେଇ ରାଜ୍ୟ ପୁଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଉଛି । ରାଷ୍ଟ୍ରପତି ପଡ଼ିଆରେ ଉପସ୍ଥିତ ରହିବା ସମୟରେ ପ୍ରାୟ ୧୦୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ । ସେହିପରି ପ୍ରାୟ ୧ ହଜାର ଅଧିକାରୀ ସୁରକ୍ଷା ଦାୟିତ୍ୱ ତଦାରଖ କରିବେ । ମହାମହିମଙ୍କ ଗସ୍ତ ସୁରକ୍ଷା ‘ବ୍ଲୁ ବୁକ୍’ ଅନୁସାରେ କରାଯାଉଛି ।




