ଇସ୍କନ ର ଅଦିନିଆ ସ୍ନାନ ଯାତ୍ରା

ଇସ୍କନ ର ଅଦିନିଆ ସ୍ନାନ ଯାତ୍ରା
Samaya Live News Picture
Published On

ଭୁବନେଶ୍ୱର : ସୁଧୁରୁନାହିଁ ଅମାନିଆ ଇସ୍କନ । ଜଗନ୍ନାଥ ସଂସ୍କୃତିକୁ ଅପଭ୍ରଂଶ କରି ନିଜର ପ୍ରଚାର ପ୍ରସାର କରିବାରେ ଗୋଟିଏ ବି ସୁଯୋଗ ହାତ ଛଡ଼ା କରୁନାହିଁ ଇସ୍କନ। କାଲିଫର୍ଣ୍ଣିଆରେ ଶ୍ରାବଣ ମାସରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଇସ୍କନ କରିଛି । ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ସମେତ ପ୍ରବାସୀ ଓଡ଼ିଆଙ୍କ ମନରେ ଗଭୀର କ୍ଷୋଭ ପ୍ରକାଶ ପାଇଛି । 

କାଲିଫର୍ଣ୍ଣିଆରେ ଇସ୍କନ ପକ୍ଷରୁ ନୀତି ବିହୀନ ଅଦିନିଆ ସ୍ନାନ ଯାତ୍ରା କରାଯାଇଛି । ଏହାପରେ ଆସନ୍ତା ୨୩ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ । ଯାହାକୁ ନେଇ ପ୍ରବାସୀ ଓଡ଼ିଆଙ୍କ ମନରେ ଗଭୀର ଉଦବେଗ ପ୍ରକାଶ ପାଇଛି । ଶ୍ରୀମନ୍ଦିର ପ୍ରଶାସନ ଏବଂ ଗଜପତିଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ଇସ୍କନ ଶୁଣିବାକୁ ନାରାଜ ।    

Tags: