ଅଧୁରା ରହିଲା ଜଗା ଦର୍ଶନ , ଦୁର୍ଘଟଣାରେ ଜଣେ ମୃତ , ୬ ଆହତ

ଅଧୁରା ରହିଲା ଜଗା ଦର୍ଶନ , ଦୁର୍ଘଟଣାରେ ଜଣେ ମୃତ , ୬ ଆହତ
Samaya Live News Picture
Published On

ବରଗଡ: ଜଗନ୍ନାଥ ଦର୍ଶନ ପୂର୍ବରୁ ଡାକିନେଲା ଯମ । ଇନ୍ଦୋରରୁ ଜଣେ ପରିବାର ପୁରୀ ଆସୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ଜଣ ଆହତ ହୋଇଛନ୍ତି । ବରଗଡ଼ ଜିଲ୍ଲା ସୋହେଲା ମଧୁପୁର ଅଞ୍ଚଳରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା କାର ଟି । ଦୁର୍ଘଟଣାରେ ଦେବେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସୋହେଲାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଅନ୍ୟ ୩ ଜଣଙ୍କୁ ବରଗଡ଼ ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଉଛି ।

Tags: