PMAY ଯୋଜନାରେ ଅନିୟମିତତା ଅଭିଯୋଗରେ ADEO ନିଲମ୍ବିତ

PMAY ଯୋଜନାରେ ଅନିୟମିତତା ଅଭିଯୋଗରେ ADEO ନିଲମ୍ବିତ
Samaya Live News Picture
Published On

ବୌଦ୍ଧ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଆକାଉଣ୍ଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର (ADEO) ନିଲମ୍ବିତ । ADEO ସରୋଜ କୁମାର ମହାକୁଡ଼ଙ୍କୁ ନିଲମ୍ବିତ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ।

ଜଣେ ଆବାସ ହିତାଧିକାରୀଙ୍କୁ ଯୋଜନାର ଦ୍ୱିତୀୟ କିସ୍ତି ଅର୍ଥ ପ୍ରଦାନ କରିବା ପାଇଁ ଏକ ପୁରୁଣା ଘରର ଫଟୋକୁ ଜାଲିଆତି କରି ସରକାରୀ ପୋର୍ଟାଲରେ ଅପଲୋଡ୍ କରି ଟଙ୍କା ହଡପ କରିଥିଲେ ADEO । ଘର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ବୋଲି ଦେଖାଇବାକୁ ଏହି ଜାଲିଆତି କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ADEOଙ୍କୁ ତୁରନ୍ତ ନିଲମ୍ବନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ । ସରକାରୀ ଯୋଜନାରେ ସ୍ୱଚ୍ଛତା ରଖିବା ଓ ଦୁର୍ନୀତି ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Tags: