ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ - ଗଣଶିକ୍ଷା ମନ୍ତ୍ରୀ

ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ - ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଆନ୍ଦୋଳନକାରୀ ଶିକ୍ଷକଙ୍କୁ ଗଣଶିକ୍ଷାମନ୍ତ୍ରୀଙ୍କ କଡ଼ା ଚେତାବନୀ ।  ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ ହେବ ।  ମନ୍ତ୍ରୀ କହିଛନ୍ତି ସରକାର ଶିକ୍ଷକଙ୍କ ଦାବିକୁ ନେଇ ବିଚାର କରୁଛନ୍ତି ।  ସବୁ କାମ ପାଇଁ ସମୟ ଲାଗେ I ଯେଉଁ ଦାବି ଗୁଡିକ ପୂରଣ କରାଯାଇ ପାରିବ ସେ ସବୁ ନିଶ୍ଚିତ ପୂରଣ ହେବ। ସରକାର ସବୁବେଳେ ଶିକ୍ଷକଙ୍କ ସହ ଅଛନ୍ତି । ହେଲେ ପିଲାଙ୍କ ପଠା ପଢ଼ାକୁ ଛାଡି ଆନ୍ଦୋଳନ କରିବା ଠିକ ନୁହେଁ । ସରକାରଙ୍କ ଉପରେ ଚାପ ଦେଲେ କୌଣସି କାମ ହେବ ନାହିଁ। ଶିକ୍ଷକମାନେ ଆନ୍ଦୋଳନ ଛାଡ଼ି ସ୍କୁଲ ଫେରନ୍ତୁ । ପୂର୍ବ ସରକାରଙ୍କ ସମୟରେ ଯେଉଁ ସୁବିଧା ଦିଆଯାଇନଥିଲା। ମୋହନ ସରକାର ସେମାନଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦେଉଛି । କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । 

ସମ୍ବନ୍ଧିତ ଖବର କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ

ଯାହା ଉଚିତ ତାହା ହେବ। ଯେଉଁମାନେ ଅମାନିଆ ହେବେ, କର୍ତ୍ତବ୍ୟରେ ଅବହେଳା କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଗୋଟିଏ ଶିକ୍ଷକ ସଂଘର ଆନ୍ଦୋଳନ ପରେ ଆଉ ଗୋଟିଏ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ୪ ମାସ ବିତିଯାଇଥିଲେ ବି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ବହାରି ନଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆଜି ଠାରୁ ଲୋୟର୍ ପିଏମଜିରେ ଧାରଣା ଆରମ୍ଭ କରିଛନ୍ତି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ।

ସମ୍ବନ୍ଧିତ ଖବର ରାଜ୍ୟରେ ସମସ୍ତ କ୍ଲବ,ପବ୍‌ରେ କଡାକଡି ଯାଞ୍ଚ ହେବ ଅଗ୍ନି ନିରାପତ୍ତା

Tags: