ସେବାୟତଙ୍କ ଉପରେ ହେବ ଆକ୍ସନ - ବାବୁ ସିଂ
ଭୁବନେଶ୍ୱର : ୨ ଦିନ ଧରି ଓପାସରେ ମହାପ୍ରଭୁ ଲିଙ୍ଗରାଜ । ମକର ସଂକ୍ରାନ୍ତିରେ ବି ଲାଗି ହୋଇପାରିନାହିଁ ମକର ଚାଉଳ ନୀତି । କ୍ଷୀର ଆଉଟା ନୀତିକୁ ନେଇ ବଡୁ ଓ ବ୍ରାହ୍ମଣ ନିଯୋଗ ଦୋଷ ଲଦାଲଦି । ମକର ସଂକ୍ରାନ୍ତି ଭଳି ଦିନରେ ମହାପ୍ରଭୁଙ୍କୁ ଓପାସ ରଖିଥିବାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଯାଇଛି । ଘଟଣା କୁ ନେଇ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି ଏଥିରେ ମୁଁ ଲଜ୍ଜିତ ଏବଂ ଦୁଃଖିତ । ସେବାୟତଙ୍କ ଉପରେ ଆକ୍ସନ ନିଆଯିବ । ଆମ ପରିଚୟ ଶ୍ରୀ ଲିଙ୍ଗରାଜ। ନୀତିକାନ୍ତି ବନ୍ଦ କରିଥିବା ସେବାୟତଙ୍କ ଉପରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେବାୟତଙ୍କ ମନମାନୀ ଚାଲିବ ନାହିଁ । ସେବାୟତ ସେବା କରିବାକୁ ଅଛନ୍ତି ,ନିଷ୍ପତ୍ତି ନେବାକୁ ନୁହେଁ । ଯଦି ସରକାର ଶୁଣି ନାହାନ୍ତି ପୂଜା ପରେ ଆଲୋଚନା ହୋଇପାରିଥାନ୍ତା । ଯେଉଁମାନେ ନୀତିକାନ୍ତି ବନ୍ଦ କରିଛନ୍ତି ସେମାନଙ୍କର ସେବା କରିବାକୁ ଯୋଗ୍ୟତା ନାହିଁ । ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ନଦେବାକୁ କଲେ ଅନୁରୋଧ ।
ଏକାମ୍ର ବିଧାୟକ ଆହୁରି କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଆଇନ ଆସିବା ପର୍ଯ୍ୟନ୍ତ ପ୍ରଭୁଙ୍କ ନୀତିକାନ୍ତିରେ ଅବହେଳା କରନ୍ତୁ ନାହିଁ। ୨ ରୁ ୪ ମାସ ମଧ୍ୟରେ ଆଇନ ଆସିବ। ଓଡ଼ିଶା ସରକାର ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ସରିଛି । ବର୍ତ୍ତମାନ ଏହା କେନ୍ଦ୍ରକୁ ପଠା ଯିବ । କେନ୍ଦ୍ରର ସ୍ୱୀକୃତି ପରେ ରାଷ୍ଟ୍ରପତିଙ୍କ ଠାରୁ ଅନୁମୋଦନ ମିଳିବା । ପରେ ଲିଙ୍ଗରାଜ ମନ୍ଦିର ନୂଆ ଆଇନ ଲାଗୁ ହେବ । କିନ୍ତୁ ସେ ପର୍ଯ୍ୟନ୍ତ ଏମିତି ବିବାଦ କରି ନୀତି ବନ୍ଦ ନ କରିବା ପାଇଁ ସେବାୟତଙ୍କୁ ଚେତାବନୀ ଦେଇଛନ୍ତି ।
ସେପଟେ ବ୍ରାହ୍ମଣ ନିଯୋଗ ସମ୍ପାଦକ କହିଛନ୍ତି ଆଜି ବି ବନ୍ଦ ରହିବ ନୀତି । ଗତକାଲି ସନ୍ଧ୍ୟା ୭ ଟାରୁ ହୋଇଥିଲା ଶେଷ ନୀତି । ଏପର୍ଯ୍ୟନ୍ତ ହୋଇ ପାରି ନାହିଁ ଘୃତ କମଳ ନୀତି ।



